ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସାମ୍ବାଦିକ ସମ୍ମିଳନୀ ଜରିଆରେ ଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ଚଳିତବର୍ଷ ୯୫.୧୫ ପ୍ରତିଶତ ରେଜଲ୍ଟ ହୋଇଛି । ସେହିପରି ବାଣିଜ୍ୟରେ ମଧ୍ୟ ୯୪.୯୩ ପ୍ରତିଶତ ମାର୍କ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଚଳିତବର୍ଷ ବିଜ୍ଞାନରେ ମୋଟ ୮୯ ହଜାର ୯୯୧ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ଏଥି ମଧ୍ୟରୁ ୫୦୧୯୮ ଜଣ ଛାତ୍ର ରହିଥିବାବେଳେ ୩୯୭୫୩ ଜଣ ଛାତ୍ରୀ ରହିଛନ୍ତି । ସେହିପରି ସମୁଦାୟ ୫୫୪୬୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅନ୍ୟପଟେ ବାଣିଜ୍ୟରେ ସମୁଦାୟ ୨୩ ହଜାର ୨୯୨ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ୱେବସାଇଟରୁ କେମିତି ଫଳାଫଳ ଜାଣିବେ ?
୧. ଅଫିସିଆଲ ୱେବସାଇଟ୍ orissaresults.nic.in କୁ ଯାଆନ୍ତୁ
୨: ରେଜଲ୍ଟ ପାଇଁ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
୩ : ଲଗଇନ୍ ପେଜରେ ରୋଲ୍ ନମ୍ବର ଓ ଅନ୍ୟ ବିବରଣୀ ଦିଅନ୍ତୁ
୪: ସବମିଟ୍ ବଟନ କ୍ଲିକ୍ କରନ୍ତୁ ଓ ରିଜଲ୍ଟର ପ୍ରିଣ୍ଟଆଉଟ୍ ନିଅନ୍ତୁ