ଆନ୍ଧ୍ର ସରକାର ମୃତ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି

ଭୁବନେଶ୍ୱର: ଆନ୍ଧ୍ର ସରକାର ମୃତ ଓଡ଼ିଆ ଶ୍ରମିକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରତ୍ୟକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଗତକାଲି ରାତିରେ ଗୁଣ୍ଟୁରରେ ଥିବା ଏହି ଚିଙ୍ଗୁଡ଼ି ଫ୍ୟାକ୍ଟିରେ ଘଟିଥିଲା ଅଘଟଣ । ଫଳରେ ସେଠାରେ କାର୍ଯ୍ୟକରୁଥିବା ୬ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥଲେ । ସେହିପରି ମୃତକଙ୍କ ପରିବାର ପିଛା ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ ।