ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି : ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇରେ ୧୦୦% ସିଲାବସ୍‌ରେ ହେବ ପାଠପଢ଼ା ଆଉ ପରୀକ୍ଷା

ଭୁବନେଶ୍ବର : ଚଳିତ ଶିକ୍ଷାବର୍ଷରୁ ଶତ ପ୍ରତିଶତ ସିଲାବସରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସହ ପରୀକ୍ଷା ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଶତ ପ୍ରତିଶତ ସିଲାବସ୍‌ରେ ପାଠ ପଢ଼ା ସହ ସେହି ସିଲାବସ୍ ଆଧାରରେ ପିଲାଙ୍କ ପରୀକ୍ଷା ବି କରାଯିବ । କରୋନା ପାଇଁ ଗତବର୍ଷ ଯୁକ୍ତ ୨ ସିଲାବସ୍‌କୁ ହ୍ରାସ କରାଯାଇଥିଲା । ୭୦ ପ୍ରତିଶତ ସିଲାବସରେ ପାଠ ପଢା ସହ ପରୀକ୍ଷା ବି ହୋଇଥିଲା। କିନ୍ତୁ ଚଳିତ ଶିକ୍ଷା ବର୍ଷରେ ୧୦୦ ପ୍ରତିଶତ ସିଲାବସ୍‌ର ପାଠ ପଢ଼ି ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ଏଥି ସହିତ ଯେଉଁ ଛାତ୍ରଛାତ୍ରୀ ୨୦୨୨ରେ ଫେଲ୍ ହୋଇଯାଇଛନ୍ତି। ସେମାନେ ପୁରୁଣା ସିଲାବସ୍ ଅନୁସାରେ ୨୦୨୩ରେ ପରୀକ୍ଷା ଦେବେ। ସେମାନଙ୍କ ପ୍ରଶ୍ନ ୨୦୨୨ ଢାଞ୍ଚାରେ ରହିବ । ୭୦ ପ୍ରତିଶତ ସିଲାବସରେ ସେମାନେ ପରୀକ୍ଷା ଦେବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.