ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସିଲା ‘ଯୋଦ୍ଧା’ ଚଳଚ୍ଚିତ୍ରର ‘ଜିନ୍ଦେଗୀ ତେରେ ନାମ’ ଗୀତ, କାଶ୍ମୀରରେ ରୋମାନ୍ସ କରୁଛନ୍ତି ସିଦ୍ଧାର୍ଥ ଓ ରାଶି ଖନ୍ନା

ମୁମ୍ବାଇ : ଦୀର୍ଘ ଦିନ ଧରି ମୁକ୍ତିଲାଭକୁ ଅପେକ୍ଷା କରିଥିବା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଚଳଚ୍ଚିତ୍ର ‘ଯୋଦ୍ଧା’ର ଟିଜର ଫେବୃଆରୀ ୧୯ରେ ରିଲିଜ୍ ହୋଇଥିବା ବେଳେ ଆଜି ଆସିଛି ପ୍ରଥମ ଗୀତ। କରଣ ଜୋହରଙ୍କ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ରର ‘ଜିନ୍ଦେଗୀ ତେରେ ନାମ୍‌’ ଗୀତ ଆଜି ରିଲିଜ୍‌ ହୋଇଛି। ଦମ୍‌ଦାର୍‌ ଆକ୍ସନ ସହ ଏହି ଚଳଚ୍ଚିତ୍ରରେ ଲଭ୍‌ ରୋମାନ୍ସ ଦେଖିବାକୁ ପାଇବେ ଦର୍ଶକ। ଆଜି ରିଲିଜ୍‌ ହୋଇଥିବା ଜିନ୍ଦେଗୀ ତେରେ ନାମ୍‌’ ଗୀତକୁ ବିଶାଲ ମିଶ୍ର ଗାଇଥିବା ବେଳେ ସିଦ୍ଧାର୍ଥ ମାଲହୋତ୍ରା ଓ ରାଶି ଖନ୍ନା କାଶ୍ମୀରରେ ରୋମାନ୍ସ କରୁଥିବା ଦେଖିବାକୁ ମିଳୁଛି।

‘ଯୋଦ୍ଧା’ରେ ସିଦ୍ଧାର୍ଥ ମାଲହୋତ୍ରା, ଦିଶା ପଟାନୀ ଓ ରାଶି ଖନ୍ନା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସାଗର ଆମ୍ବରେ ଓ ପୁଷ୍କର ଓଝାଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ର ପ୍ରଥମେ ଜୁଲାଇ ୭, ୨୦୨୩ରେ ମୁକ୍ତିଲାଭ କରିବାର ଥିଲା। ଏହାପରେ ମୁକ୍ତିଲାଭ ତାରିଖ ପରିବର୍ତ୍ତନ କରାଯାଇ ସେପ୍ଟେମ୍ବର ୧୫, ୨୦୨୩ କରାଯାଇଥିଲା। କିନ୍ତୁ ‘ଯୋଦ୍ଧା’ର ଏହି ରିଲିଜ୍‌ ତାରିଖକୁ ମଧ୍ୟ ବଦଳାଇ ଦିଆଯାଇଥିଲା। ଏହାପରେ କରଣ ଜୋହର କହିଥିଲେ ଯେ, ଫିଲ୍ମ ଡିସେମ୍ବର ୮, ୨୦୨୩ରେ ପରଦାକୁ ଆସିବ। ହେଲେ ପୁଣି ଏହି ତାରିଖକୁ ବଦଳାଇବାକୁ ପଡ଼ିଥିଲା। ଏବେ ସିଦ୍ଧାର୍ଥଙ୍କ ଏହି ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚ ୧୫ରେ ପ୍ରେକ୍ଷାଳୟକୁ ଆସିବ।

Leave A Reply

Your email address will not be published.