ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୋହିତ ସାଗରରେ ୟେମେନର ହୁତି ବିଦ୍ରୋହୀଙ୍କ ଉତ୍ପାତ, ପରିବହନଜନିତ ଖର୍ଚ୍ଚ ୭୦୦ ପ୍ରତିଶତ ବୃଦ୍ଧ

ନୂଆଦିଲ୍ଲୀ: ଲୋହିତ ସାଗରରେ ୟେମେନର ହୁତି ବିଦ୍ରୋହୀଙ୍କ ଉତ୍ପାତ ଦିନକୁ ଦିନ ବଢି ଚାଲିଛି। ଯାହାକୁ ନେଇ ଲୋହିତ ସାଗର ଦେଇ ଜାହାଜ ପରିବହନ କ୍ଷେତ୍ର ଭାରୀ ମାତ୍ରାରେ ପ୍ରଭାବିତ ହୋଇଛି। ବିଶେଷକରି ଜାହାଜଗୁଡିକ ଉପରେ ବାରମ୍ବାର ଆକ୍ରମଣ ଯୋଗୁଁ ଏହି ରୁଟ୍ ଦେଇ ଜାହାଜ ଚଳାଚଳ ସମ୍ଭବ ହୋଇପାରୁ ନାହିଁ। ତେବେ ବିଭିନ୍ନ ଆରବ ରାଷ୍ଟ୍ର ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଆସୁଥିବା ଜାହାଜ ଅନ୍ୟ ରୁଟ୍ ଦେଇ ଯାଉଥିବାରୁ ପରିବହନ ଖର୍ଚ୍ଚ ବହୁଗୁଣିତ ହୋଇଛି। ହୁତି ସମସ୍ୟାକୁ ନେଇ ବର୍ତ୍ତମାନ ପରିବହନଜନିତ ବ୍ୟୟ ୬୦୦ ରୁ ୭୦୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ବୀମାଜନିତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି।

ଏହାଛଡ଼ ଜାହାଜ କଣ୍ଟେନରର ମଧ୍ୟ ଅଭାବ ପରିଲକ୍ଷିତ ହୋଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ଆନ୍ତର୍ଜାତିକ ପରିବହନ କ୍ଷେତ୍ର ସାମୂହିକ ଭାବେ ପ୍ରଭାବିତ ହୋଇଛି ବୋଲି ବହୁ ଆନ୍ତର୍ଜାତିକ ପରିବହନକାରୀ ସଂସ୍ଥା ଚିନ୍ତାବ୍ୟକ୍ତ କରିଛନ୍ତି। ଅନ୍ୟ ରୁଟ୍ ଦେଇ ଜାହାଜ ଚଳାଚଳ ପାଇଁ ଅଧିକ ସମୟ ଲାଗୁଥିବା ବେେଳ ଏଥିପାଇଁ ଜାଳେଣି ଖର୍ଚ୍ଚ ମଧ୍ୟ ଦ୍ବିଗୁଣିତ ହୋଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ଭାରତୀୟ ଏସଏମଇ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେବା ସହିତ ପରୋକ୍ଷରେ ରପ୍ତାନି ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି କରିଛି। ଭାରତରୁ ୟୁରୋପକୁ ରପ୍ତାନି ହେଉଥିବା ବିଭିନ୍ନ ସାମଗ୍ରୀ ସାଧାରଣତଃ ଏହି ମାର୍ଗ ଦେଇ ଯାଇଥାଏ।

କିନ୍ତୁ ହୁତି ସମସ୍ୟା ପାଇଁ ଅନ୍ୟ ମାର୍ଗରେ ଯିବା ଦ୍ବାରା ଠିକଣା ସମୟରେ କ୍ରେତା ସଂସ୍ଥାଙ୍କ ନିକଟରେ ମାଲ ପହଞ୍ଚିବା ସମ୍ଭବ ହେଉ ନାହିଁ। ଏହାବ୍ୟତୀତ କଣ୍ଟେନର ମୂଲ୍ୟ ମଧ୍ୟ ଅଧିକ ପଢୁଛି। ପୂର୍ବରୁ ୟୁରୋପକୁ ଯାଉଥିବା ଗୋଟିଏ କଣ୍ଟେନର ପାଇଁ ୪୦୦ ରୁ ୬୦୦ ଡଲାର ଦେବାକୁ ପଡ଼ୁଥିବା ବେଳେ ଏବେ ଏହି ମୂଲ୍ୟ ୪୦୦୦ ରୁ ୬୦୦୦ ଡଲାରରେ ପହଞ୍ଚିଛି। ଯାହାକୁ ନେଇ ଭାରତୀୟ ବୟନ ଶିଳ୍ପ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ବୟନ ସାମଗ୍ରୀ ରପ୍ତାନିକାରୀ କଲ୍ୟାଣ ସଂଘ ନିର୍ଦ୍ଦେଶକ ବିକାଶ ସିଂ ଚୌହାନ କହିଛନ୍ତି।

Leave A Reply

Your email address will not be published.