ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଧବାର ରାଶିଫଳ (୨୮-୧୨-୨୦୨୨)

ମେଷ: ଦିନଟି ସୁଖସମୃଦ୍ଧି ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ହେବ। ବ୍ୟବସାୟରେ କ୍ଷତି ସହିପାରନ୍ତି। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ବୃଷ: ସମସ୍ତ କାର୍ଯ୍ୟସିଦ୍ଧି ସହ ସୁଖସମ୍ମାନପ୍ରାପ୍ତି ହେବ। ମହିଳାମାନେ ରକ୍ଷଣଶୀଳା ହେବେ। ବ୍ୟବସାୟରେ ଅଧିକ ସଞ୍ଚୟ କରିପାରିବେ। ଛାତ୍ରଛାତ୍ରୀ ଅଧ୍ୟୟନ ପ୍ରିୟ ହେବେ। ଦୂରଯାତ୍ରା କରିବାର ଯୋଗ ରହିଛି।

ମିଥୁନ: ପରୋପକାର କରିବାକୁ ଯାଇ ସମସ୍ୟାରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିବ। ବ୍ୟବସାୟରେ ପ୍ରତିବନ୍ଧକ ଦେଖାଦେବ। ଛାତ୍ରଛାତ୍ରୀ ଆଳସ୍ୟତା ପାଇଁ କଷ୍ଟ ପାଇପାରନ୍ତି।

କର୍କଟ: ଶତ୍ରୁମାନଙ୍କ କୂଟ ଚକ୍ରାନ୍ତରେ ପଡ଼ିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ସ୍ଥିତି ରହିବ। ମହିଳାମାନେ ଅପଦସ୍ଥ ହୋଇପାରନ୍ତି। ବ୍ୟବସାୟରେ କ୍ଷତି ହୋଇପାରେ। ଜୀବନରେ ଭିନ୍ନ ପରିବର୍ତ୍ତନ ଦେଖାଦେଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ପ୍ରସନ୍ନତା ଭିତରେ କଟିବ। ଉଭୟ ପ୍ରେମ ଓ ଦାମ୍ପତ୍ୟ ମଧୁର ସମ୍ପର୍କ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବାଣିଜ୍ୟରେ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ଉଚ୍ଚାଭିଳାଷୀ ହେବେ।

କନ୍ୟା: କର୍ମକ୍ଷେତ୍ରରେ ସମ୍ମାନପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବେ। ବିରୋଧୀମାନେ ବାଧାବିଘ୍ନ ସୃଷ୍ଟି କରିବେ। ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ। ଛାତ୍ରଛାତ୍ରୀ ଦୃଢ଼ମନା ରହିବେ।

ତୁଳା: କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ। ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଛାତ୍ରଛାତ୍ରୀ ଅସ୍ଥିରମନା ହୋଇପାରନ୍ତି।

ବିଛା: ସମ୍ମାନ ଲାଭ ଓ ମନ ପ୍ରଫୁଲ୍ଲ ରହିବ। ଆୟ ପୂର୍ବ ଭଳି ଅବ୍ୟାହତ ରହିବ। ପ୍ରଶାସନିକ ଓ ରାଜନୀତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବନ୍ଧୁବାନ୍ଧବଙ୍କ ଆଗମନରେ ଉତ୍ସାହିତ ହେବେ। ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାପ୍ରତି ଆଗ୍ରହୀ ହେବେ।

ଧନୁ: ବିଭିନ୍ନ କ୍ଷେତ୍ରରୁ ଆୟର ପଥ ଉନ୍ମୁକ୍ତ ରହିଛି। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ। ବାଣିଜ୍ୟରେ ଉତ୍ତମ ଆୟ ରହିବ। ଛାତ୍ରଛାତ୍ରୀ ଦୃଢ଼ମନା ରହିବେ। ପ୍ରିୟଜନଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି।

ମକର: କିଛିଟା ସମସ୍ୟା ଦେଇ ଗତି କରିବେ। ଅନ୍ୟ ପାଇଁ ଅପଦସ୍ଥ ହୋଇପାରନ୍ତି। ମହିଳାମାନେ ଉଦାସ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀ ଅସ୍ଥିର ରହିବେ।

କୁମ୍ଭ: ନିଜ ବୁଦ୍ଧି ବିବେକରେ କାର୍ଯ୍ୟ କରି ସଫଳତା ପାଇବେ। ଆର୍ଥିକ ଦୁରାବସ୍ଥା ରହିବ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ। ଛାତ୍ରଛାତ୍ରୀ ଭ୍ରମରେ ପଡ଼ିପାରନ୍ତି।

ମୀନ: ନୂତନ ନିଯୁକ୍ତି ପାଇପାରନ୍ତି। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ସଞ୍ଚୟ ହେବ। ଛାତ୍ରଛାତ୍ରୀ ଉତ୍ସାହିତ ରହିବେ। ପରିବାର ସହ ଅଧିକ ସମୟ କଟାଇବେ।

Leave A Reply

Your email address will not be published.