ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆଗଡ଼ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୪ଟି ସ୍ଥାନରେ ରେଡ୍

ଗଜପତି: ଭିଜିଲାନ୍ସ ଜାଲରେ ଗଜପତି ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ । ଏକକାଳୀନ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ । ପାରଳାଖେମୁଣ୍ଡି ଗାନ୍ଧୀନଗର ସ୍ଥିତ ଘର , ହରିଶ୍ଚନ୍ଦ୍ରପୁରରେ ଥିବା ପୈତୃକ ବାସଭବନ, ପାତପାଟନା ସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

ସେପଟେ ସକାଳୁ ତଦନ୍ତ ଜାରି ରଖିଥିବା ଟିମ୍ ପ୍ରାଥମିକ ସ୍ତରରେ ପାରଳାଖେମୁଣ୍ଡି ଗାନ୍ଧୀ ନଗର ଭଡ଼ା ଘରୁ ତିନୋଟି ପ୍ଲଟର ନଥିପତ୍ର, ନଗଦ ୨୬ ହଜାର ଟଙ୍କା ସହ ୧୪୩ ଗ୍ରାମ ସୁନା ଜବତ ହୋଇଛି । କିଛି ବ୍ୟାଙ୍କ ଖାତା ସହ ଗୋଟିଏ ଚାରି ଚକିଆ ଗାଡ଼ି ମଧ୍ୟ ଜବତ କରିଛନ୍ତି ।

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଆଜି ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ରେଡ଼ କରିଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ଏକକାଳୀନ ୪ଟି ସ୍ଥାନରେ ପହଁଚି ରେଡ୍ କରିଥିଲା । ବର୍ତ୍ତମାନ ମଧ୍ୟ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଥିବାବେଳେ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ କରିବ ବିଭାଗ ।

Leave A Reply

Your email address will not be published.