ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ, ହେଲେ ବି ଟଳିନି ବିପଦ : ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୫୧ କରୋନା ପଜିଟିଭ୍

ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ତଳମୁହାଁ ହେଉଛି ସଂକ୍ରମଣ ଗ୍ରାଫ୍ । କରୋନା ସଂକ୍ରମଣ ହ୍ରାସ ପାଇଲେ ମଧ୍ୟ ଆମକୁ ସର୍ବଦା ସଚେତନ ହୋଇ ରହିବାକୁ ପଡିବ । ନିୟମିତ ମାସ୍କ ପନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ ଏବଂ ସରକାରଙ୍କ ନିର୍ଦେଶାବଳୀ ମାନିବାକୁ ପଡିବ । ତେବେ ଯାଇ ଆମେ କରୋନାକୁ ହରେଇପାରିବା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୨ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୦୫୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୦୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୩୯୯୨୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୪୧୨୦୮୯୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Leave A Reply

Your email address will not be published.