ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ CT & GST ଅତିରିକ୍ତ କମିଶନର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଣିଜ୍ୟ କର (ସିଟି) ଏବଂ ଜିଏସଟି ଅତିରିକ୍ତ କମିଶନର । ଅତିରିକ୍ତ କମିଶିନର ପିୟୁଶ କାନ୍ତ ପାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଅତିରିକ୍ତ କମିଶନରଙ୍କ ସହ ସମ୍ବନ୍ଧିତ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। କଟକ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି ଚଢ଼ା । ଭୁବନେଶ୍ବର ଚକେଇସିହାଣୀରେ ଥିବା ୩ ମହଲା କୋଠା, ଯାଜପୁର ଚୋର୍ଦ୍ଦା ଛକର ପୈତୃକ ଜମିରେ ଥିବା ଦୁଇଟି ୩ମହଲା କୋଠା ଓ ଗୋଟିଏ ଘରେ ରେଡ୍ ହୋଇଛି ।

କଟକ ଓଏମପିର ଓଏଫ୍ଏସସି ଟାୱାରରେ ଥିବା ଅଫିସରେ ହୋଇଛି ରେଡ୍ । ସେହିପରି ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ଥିବା ନିର୍ମାଣାଧିନ ପ୍ଲଟ୍, ସାମପୁର ମୌଜାରେ ଥିବା ନିର୍ମାଣାଧୀନ ପ୍ଲଟ୍, ସୁନ୍ଦରପୁର ମୌଜାରେ ଥିବା ନିର୍ମାଣାଧିନ ପ୍ଲଟ୍‌ରେ ଚାଲିଛି ଚଢ଼ାଉ । ଏହି ଚଢ଼ାଉ କାର୍ଯ୍ଯରେ ୫ ଜଣ ଡିଏସପି ଏବଂ ୧୧ ଜଣ ଇନିସପେକ୍ଟର ସାମିଲ ରହିଛନ୍ତି। କଟକ ଭିଜିଲାନ୍ସର ସ୍ୱତନ୍ତ୍ର ଜଜଙ୍କ ତଲାସି ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କାର୍ଯ୍ଯ କରୁଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.