ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସିଲା ମଦନ ନାହାକ ହତ୍ୟାକାଣ୍ଡର ରାୟ : ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଓଡ଼ଗାଁ :  ଶରଣକୁଳ ଥାନା କେଶପାନିଆ ଗ୍ରାମ ମଦନ ନାହାକ ମୃତ୍ୟୁ ଘଟଣାର ରାୟ ଶନିବାର ପ୍ରକାଶ ପାଇଛି । ଦେଓ୍ବାନି ଓ ଫୈଜଦାରୀ ଅଦାଲତ, ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ ମାନସ ରଞ୍ଜନ ରଥ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଗଣେଶ ନାହାକ, ମେଳିଆ ନାହାକ, ଚତୁର୍ଭୁଜ ନାହାକ, ଭାଗି ନାହାକ, ଭୀମ ନାହାକ ଏବଂ ମୋଚି ନାହାକଙ୍କୁ ଉକ୍ତ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇବା ସହିତ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ଅଭିଯୁକ୍ତ ଭଗି ନାହାକଙ୍କୁ ବିସ୍ଫୋରକ ନିରୋଧ ଆଇନ ଏବଂ ଯୁଗଳ ନାହାକଙ୍କୁ ଆକ୍ରମଣ କରିବା ଘଟଣାରେ ଦଫା ୩୨୬ ରେ ଅତିରିକ୍ତ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଜରିମାନା ଅନାଦେୟ ଅଧିକ ଏକବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନା ଥାଉକି ଶରଣକୁଳ ଥାନା କେଶପାନିଆ ଗ୍ରାମ ମଦନ ନାହାକଙ୍କ ଝିଅ କୁମାରୀ ନାହାକଙ୍କ ଗତ ତା. ୧୦.୧୦.୨୦୦୨ ରିଖରେ କରିଥିବା ଅଭିଯୋଗ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ପିତା ମଦନ ନାହାକଙ୍କୁ ସେହି ଗ୍ରାମର ମୋଚି ନାହାକ ଓ ଅନ୍ୟ ୧୭ ଜଣ କଟୁରୀ ଓ ଠେଙ୍ଗା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏବଂ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଯୁଗଳ ନାହାକ ଓ ଅନ୍ୟମାନେ ଅଭିଯୁକ୍ତଙ୍କ ବମ୍ ଓ ପଥର ମାଡ଼ର ଶିକାର ହୋଇଥିଲେ । ତେବେ ଏହି ଘଟଣାରେ ମଦନ ନାହାକଙ୍କ ମୃତ୍ୟୁ ଘଟିଥିବା ବେଳେ ଯୁଗଳ ନାହାକଙ୍କ ସମେତ ଅନ୍ୟ ମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଅଭିଯୋଗ ଅନୁସାରେ ଶରଣକୁଳ ଥାନା ଅଧିକାରୀ ୮୬/୨୦୦୨ରେ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଥିଲେ । ସମସ୍ତ ସାଖିଙ୍କ ବୟାନକୁ ବିଚାର କରି ଶନିବାର ଅତିରିକ୍ତ ଜିଲ୍ଲା ଦୈ।ରାଜଜ ଏହି ରାୟ ଶୁଣାଇଛନ୍ତି । ଉକ୍ତ ମାମଲାକୁ ଅତିରିକ୍ତ ସରକାରୀ ପବ୍ଲିକ ପ୍ରସକ୍ୟୁଟର ଇନ୍ଦୁ ଭୂଷଣ ମିଶ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.