ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଲିଠୁ ମେ ୨ ତାରିଖ ପର୍ଯ୍ୟନ୍ତ ୟୁଜି-ପିଜି କ୍ଲାସ୍ ବନ୍ଦ, ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ଯରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା ଉପରମୁହାଁ ରହିଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ବଡ ନିଷ୍ପତ୍ତି ନେଇଛି। ବୁଧବାରଠୁ ରାଜ୍ୟର ସମସ୍ତ ୟୁଜି ଓ ପିଜି କ୍ଲାସ ବନ୍ଦ ରହିବ । ଆସନ୍ତାକାଲିଠୁ ୨ ତାରିଖ ପର୍ଯ୍ୟନ୍ତ କ୍ଲାସ୍ ରୁମ୍ ପାଠପଢା ବନ୍ଦ ରହିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ ଲାଗୁ ହୋଇଛି । ତେବେ ପରୀକ୍ଷା, ମୂଲ୍ୟାଙ୍କନ ଓ ପ୍ରଶାସନିକ କାର୍ଯ୍ୟ ପୂର୍ବଭଳି ଚାଲୁ ରହିବ଼ ।


ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତାପମାତ୍ରାରେ ପରିବର୍ତ୍ତନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଟାଣ ଖରା ପାଇଁ ଏସ୍‌ଆର୍‌ସିଙ୍କ ପକ୍ଷରୁ ଦିନ ୧୧ଟାରୁ ଘରୁ ନବାହାରିକୁ ପରାମର୍ଶ ଦିଆଯାଇଥିବା ବେଳେ ଜରୁରୀ କାମ ନଥିଲେ ଅଯଥା ଘରୁ ଗୋଡ଼ ନକାଢ଼ିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୩୦ ତାରିଖ ଯାଏଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆଜି ଠାରୁ ଏପ୍ରିଲ ୩୦ ତାରିଖ ଯାଏଁ ସ୍କୁଲ ଛୁଟି ରହିବ । ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟ ଛୁଟି ରହିବ । ତେବେ ସ୍କୁଲ ଛୁଟି ରହିଥିଲେ ମଧ୍ୟ ଦଶମ ଓ ଯୁକ୍ତ୨ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚି ମୁତାବକ ଅନୁଷ୍ଠିତ ହେବ । ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.