ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା, ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଲା ଡିସିଜିଆଇ

ନୂଆଦିଲ୍ଲୀ : ୬ରୁ ୧୨ ବର୍ଷ ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା । ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)।ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ହେଉଛି କୋଭାକ୍ସିନ ଟିକା।ବର୍ତ୍ତମାନ କୋଭାକ୍ସିନ ଟିକା ୧୫-୧୮ ବର୍ଷୀୟ ପିଲାମାନଙ୍କୁ ପ୍ରଦାନ କରାଯାଉଛି।

ଦେଶରେ ଣିଥରେ କରୋନା କାୟା ବିସ୍ତାର କରୁଥିବା ବେଳେ ବୁଷ୍ଟର ଡୋଜ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଉ ଏସବୁ ଭିତରେ ଏବେ ୬ରୁ ୧୨ ବର୍ଷର ପିଲାଙ୍କୁ କରୋନା ଟିକା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ଓମିକ୍ରନରେ ଅଧିକ ଶିଶୁ ପଜିଟିଭ୍ ହୋଇଥିଲେ । ଆଉ ଏବେ ଏକ୍ସଇ ଭାରିଆଣ୍ଟ ପିଲାଙ୍କୁ ଅଧିକ ସଂକ୍ରମିତ କରିବା ସମ୍ଭାବନା ରହିଛି।ତେଣୁ ଏହାକୁ ଦୃଷ୍ଟିରେ ରଖି କୋଭାକ୍ସିନ ଟିକା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ କରୋନା ବିପକ୍ଷ ଲଢେଇକୁ ଉଚିତ୍ ଢଙ୍ଗରେ ମୁକାବିଲା କରାଯାଇପାରିବ।

ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ର ସବଜେକ୍ଟ ଏକ୍ସପର୍ଟ କମିଟି (ଏସଇସି) ପକ୍ଷରୁ ଭାରତ ବାୟୋଟେକ ନିର୍ମିତ ଏହି କୋଭିଡ୍ ଟିକାକୁ ଅନୁମତି ଦିଆଯାଇଛି ।ବର୍ତ୍ତମାନ କୋଭାକ୍ସିନ ଟିକା ୧୫-୧୮ ବର୍ଷୀୟ ପିଲାମାନଙ୍କୁ ପ୍ରଦାନ କରାଯାଉଛି।ଏନେଇ ଗତ ଗୁରୁବାର ଦିନ ଏସଇସି ପକ୍ଷରୁ ଏକ ବୈଠକ ବସିଥିଲା । କୋଭାକ୍ସିନ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ବାୟୋଟେକ ଦ୍ୱାରା କରାଯାଇଥିବା ଆବେଦନକୁ ଉକ୍ତ ବୈଠକରେ ସମୀକ୍ଷା କରାଯାଇଥିଲା । ଏହାପରେ ଏକ୍ସପର୍ଟ କମିଟି ତରଫରୁ କମ୍ପାନୀକୁ ଅତିରିକ୍ତ ତଥ୍ୟ ମଗାଯାଇଥିଲା, ଯାହାକି କମ୍ପାନୀ ପରବର୍ତ୍ତୀ ସମୟରେ ଦାଖଲ କରିଥିଲା ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ ୧୫-୧୮ ବର୍ଷର ପିଲାମାନଙ୍କର ଟିକାକରଣ କରାଯାଇଥିଲା । ଏହାପରେ ଗତ ମାର୍ଚ୍ଚ ମାସରେ ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଟିକା ଦିଆଯାଇଥିଲା । ଦେଶରେ ବର୍ତ୍ତମାନ କିଛି ଦିନ ହେଲା କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ମାତ୍ର ଏହାକୁ ନେଇ ଭୟଭୀତ ନ ହେବାକୁ ଏକ୍ସପର୍ଟମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.