ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ (୦୯-୦୧-୨୦୨୪)

ମେଷ: ପରୋପକାରରେ ଦିନ ବିତିବ। ଅନ୍ୟମାନଙ୍କ ପାଇଁ ଅଧିକ ଚିନ୍ତା କରିବେ। ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହିବେ। ମହିଳାମାନେ ଘରକାମରେ ବ୍ୟସ୍ତ ରହିବେ।

ବୃଷ: ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅଟକିଥିବା କାର୍ଯ୍ୟ ପୂରା ହେବ। ମହିଳାମାନେ ଅର୍ଥ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବା ଅନୁଚିତ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଭଲ। ଜୀବନସାଥୀଙ୍କ ସହ ଦୂରସ୍ଥାନ ଯାତ୍ରା କରିପାରନ୍ତି। କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା କରନ୍ତୁ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।

କର୍କଟ: ଧନଧାନ୍ୟ ବଢ଼ିବ। ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟରେ ସଫଳତା ପାଇବେ। ନୂତନ ବ୍ୟବସାୟରେ ନିବେଶ କରିବେ। ସାଥୀଙ୍କ ସହ ମଜାମସ୍ତି କରିବେ। ପିଲାମାନେ ଭ୍ରମଣପ୍ରିୟ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: କୌଣସି କଥାକୁ ନେଇ ବିଚଳିତ ହୋଇପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ନୂତନ ଜମି କିଣା ପାଇଁ ଯୋଜନା କରିବେ। ମହିଳାମାନେ ଧାର୍ମିକ ସମାବେଶରେ ସମୟ ବିତାଇବେ।

କନ୍ୟା: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବ୍ୟବସାୟରେ କ୍ଷତି ସହିବେ। ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନ ପଡ଼ି ଆଗକୁ ବଢ଼ିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ନିୟମିତ ଯୋଗ ଏବଂ ବ୍ୟାୟାମ ଅଭ୍ୟାସ କରନ୍ତୁ।

ତୁଳା: ପରିବାରର ହସଖୁସି ପାଇଁ ଆପଣଙ୍କ ପ୍ରୟାସ ପ୍ରଶଂସନୀୟ ହେବ। ଅଚିହ୍ନା ବ୍ୟକ୍ତିଙ୍କ ସହାୟତରେ ସମସ୍ୟାର ସମାଧାନ ହେବ। ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ। ସନ୍ତାନଙ୍କ ଉନ୍ନତି ହେବ।

ବିଛା: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମହିଳାମାନଙ୍କୁ ଘରର ମୁଖ୍ୟ ଦାୟତ୍ବ ମିଳିବ। ଭବିଷ୍ୟତକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଧନୁ: ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଅନୁକୂଳ ସମୟ। କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ଗୁରୁଜନଙ୍କ ପରାମର୍ଶରେ କାର୍ଯ୍ୟରେ ସଫଳ ହେବେ। ଧାର ଦେଇଥିବା ଟଙ୍କା ଫେରିପାଇବେ।

ମକର: ଧୈର୍ଯ୍ୟ ନ ହରାଇ ସାହସର ସହିତ ସମସ୍ୟାର ସମାଧାନ କରନ୍ତୁ। ଅଫିସରେ ସମସ୍ତଙ୍କ ସହ ସମାନ ଆଚରଣ ଦେଖାନ୍ତୁ। ପରିବାର ସଦସ୍ୟଙ୍କ ସହ ସମୟ ବିତାନ୍ତୁ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କୁମ୍ଭ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ ଅଫିସରେ କାର୍ଯ୍ୟ କରିପାରନ୍ତି। ଆର୍ଥିକ ଅବସ୍ଥା କମ୍‌ଜୋର ରହିବ। ପ୍ରେମ ବ୍ୟାପାରରେ ଅଧିକ ସଫଳ ହେବେ। ସ୍ବାସ୍ଥ୍ୟ ସମସ୍ୟାକୁ ଅଣଦେଖା କରନ୍ତୁନି।

ମୀନ: ଜମିଜମା ମାମଲାରୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ବ ବଢ଼ିଯିବ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବେ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।

Leave A Reply

Your email address will not be published.