ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନନ୍ଦନକାନନରେ ପର୍ଯ୍ଯଟକଙ୍କୁ ମାଡ଼ ଘଟଣା: ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ଯଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣା । ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛ । ପର୍ଯ୍ଯଟକଙ୍କୁ ମାଡ଼ ଘଟଣାର ତଦନ୍ତ କରୁଛି ନନ୍ଦନକାନନ ପୁଲିସ । ତଦନ୍ତ ପରେ ଆକ୍ରମଣ କରିଥିବା ସଫାରି କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ସଫାରି ବସ୍ ଓ ବ୍ୟାଟେରୀ ଚଳିତ ଗାଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ନେଇଥିବା ଘରୋଇ ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।

ନନ୍ଦନକାନନରେ କୌଣସି ସମସ୍ୟା ହେଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପର୍ଯ୍ଯଟକଙ୍କୁ ଜଣାଯାଇଛି । ଏହାସହ ପ୍ରାଣୀ ଉଦ୍ୟାନରେ ଥିବା ସଫାରୀ, ବୋଟିଂ, ପାର୍କିଂରେ ବିଶୃଙ୍ଖଳା ହେଲେ ଆଇନକୁ ହାତକୁ ନ ନେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଗତକାଲି ଛତିଶଗଡ଼ର ପର୍ଯ୍ଯଟକଙ୍କୁ ଠେଙ୍ଗା, କାଠଫାଳିଆରେ ମାଡ଼ ମାରିବାର ଭିଡିଓ ଭାଇରଲ ହୋଇଥିଲା । ବିଳମ୍ବକୁ ନେଇ ବଚସା ହେବାରୁ ପର୍ଯ୍ଯଟକଙ୍କୁ ଆକ୍ରମଣ କରିଥିଲେ ୫୦ରୁ ଅଧିକ କର୍ମଚାରୀ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ପର୍ଯ୍ଯଟକ ।

ଅଭିଯୋଗ ଅନୁସାରେ, ଛତିଶଗଡ଼ରୁ ୨୬ ଜଣ ପର୍ଯ୍ଯଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରିରେ ବୁଲିବା ପାଇଁ ଦିନ ୨ଟାରେ ଟିକେଟ କାଟିଥିଲେ। ମାତ୍ର ୩ ଘଣ୍ଟା କାଳ ଅପେକ୍ଷା ପରେ ମଧ୍ୟ ସଫାରି ନମିଳିବାରୁ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପର୍ଯ୍ଯଟକଙ୍କୁ ଆକ୍ରମଣ କରିଥିଲେ ସଫାରି କର୍ମଚାରୀ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.