ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ (୨୮-୦୭-୨୦୨୨)

ମେଷ: ନିଜ କାମକୁ ସୁଚାରୁ ରୂପରେ କରିବେ। ନିଜ ପାରଦର୍ଶିତା ବୃଦ୍ଧି ପାଇବାରେ ଲାଗିବ। ନୂଆ ଉଦ୍ୟମରେ ସଫଳତା ପାଇବେ। ନିଜ ବ୍ୟବହାର ପାଇଁ ସମ୍ମାନର ଅଧିକାରୀ ହେବେ।

ବୃଷ: ବହୁଦିନର ଆଶା ପୂରଣ ହେବ। ବ୍ୟବସାୟ ପାଇଁ ବିଦେଶଯାତ୍ରା କରିପାରନ୍ତି। ଅଟକି ରହିଥିବା ପଇସା ଫେରିପାଇବେ। ଜରୁରୀ କାର୍ଯ୍ୟରେ ସାଙ୍ଗସାଥୀଙ୍କ ସାହାଯ୍ୟ ପାଇବେ। ପାରିବାରିକ ବୁଝାମଣା ଭଲ ରହିବ।

ମିଥୁନ:ଉଧାର ଦେଇଥିବା ଧନ ଫେରିପାଇବା ପାଇଁ ଚିନ୍ତାରେ ରହିବେ। କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରୁ ନିବୃତ୍ତ ରୁହନ୍ତୁ। ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

କର୍କଟ: ଜୀବନସାଥୀଙ୍କ ମହତ୍ତ୍ବ ବୁଝି ପାରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ଦ୍ବାରା ସ୍ଥିତିରେ ସୁଧାର ପରିଲକ୍ଷିତ ହେବ। ସାମାଜିକ କାର୍ଯ୍ୟରେ ମନ ବଳେଇବେ। ସନ୍ତାନସନ୍ତତିଙ୍କ ପ୍ରଗତିରେ ଖୁସି ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: କାର୍ଯ୍ୟ ବେଳେ ମନକୁ ଶାନ୍ତ ରଖିବା ଆବଶ୍ୟକ। ଆର୍ଥିକସ୍ଥିତି ସହ ଜଡ଼ିତ ନିଷ୍ପତ୍ତି ତରବରିଆ ଭାବରେ ନିଅନ୍ତୁ ନାହିଁ। ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବାରୁ ଦୂରେଇ ରୁହନ୍ତୁ।

କନ୍ୟା : ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଅକସ୍ମାତ୍‌ ବଡ଼ ଧରଣର ଲାଭ ପାଇପାରନ୍ତି। ନୂତନ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ତୁଳା: ନୂତନ ନିଯୁକ୍ତି ପାଇଁ ସୁଯୋଗ ପାଇବେ। ପାରିବାରିକ ଜୀବନ ସମସ୍ୟାପୂର୍ଣ୍ଣ ରହିବ। କଥା ରଖି ନ ପାରି ଦୁଃଖିତ ହେବେ। ବରିଷ୍ଠ ଅଧିକାରୀଙ୍କ ସହ ଘନିଷ୍ଠତା ବୃଦ୍ଧି ପାଇବ।

ବିଛା: ଭାବିଥିବା କାର୍ଯ୍ୟକୁ ପୂରଣ କରିବେ। କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ନୂତନ କାର୍ଯ୍ୟର ଅବସର ପାଇବେ। କାରବାର ବୃଦ୍ଧି କରିବା ପାଇଁ ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

ଧନୁ: ଜୀବନସାଥୀଙ୍କ ପାଇଁ କିଛି ବିଶେଷ ଯୋଜନା କରିବେ। କର୍ମକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ। ଯାତାୟାତ ସମୟରେ ସାବଧାନ ରହିବା ଆବଶ୍ୟକ। ଛାତ୍ରଛାତ୍ରୀମାନେ ପରିଶ୍ରମର ଉଚିତ ଫଳ ପାଇବେ।

ମକର: ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ। ପରିବାରରେ ସାମାନ୍ୟ ମତଭେଦ ଦେଖାଦେଇ ପାରେ। ପ୍ରିୟଜନଙ୍କ ସହ ଅଧିକ ସମୟ ବିତେଇବେ। କର୍ମକ୍ଷେତ୍ରରେ ନିଜର ସ୍ଥିତି ମଜଭୁତ୍‌ ହେବ।

କୁମ୍ଭ: ପୂର୍ବ ଘଟଣାକୁ ମନେପକାଇ ଦୁଃଖିତ ହୋଇପାରନ୍ତି। ବିଭିନ୍ନ ମାର୍ଗରୁ ଆର୍ଥିକ ସହାୟତା ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ। ତରବରିଆ ଭାବରେ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ।

ମୀନ: ସକାରାତ୍ମକ ଚିନ୍ତାଧାରାରେ ଆଗକୁ ବଢ଼ନ୍ତୁ। ଅନ୍ୟକୁ ପ୍ରଭାବିତ କରିବା ପାଇଁ ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଦେଇପାରେ।

Leave A Reply

Your email address will not be published.