ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁରୁବାର ରାଶିଫଳ ( ୧୯ – ୦୫ – ୨୦୨୨ )

ମେଷ: ଦୀର୍ଘ ଦିନ ଅପେକ୍ଷାର ଅନ୍ତଃ ଘଟିବ। କଠିନ ପରିଶ୍ରମ କରି ଥକା ଅନୁଭବ କରିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। କ୍ୟାରିୟରରେ ସଫଳା ପାଇବେ। ଘରୋଇ ଜୀବନରେ ସୁଖଶାନ୍ତି ରହିବ।

ବୃଷ: ସାମାଜିକ କାର୍ଯ୍ୟରେ ଭାଗ ନେବେ। ମନରେ କଳ୍ପନା ପରିପୂର୍ଣ୍ଣ ହେବ। ସଠିକ୍‌ ବୁଝାମଣା ହେତୁ ସମ୍ପର୍କ ସୁଦୃଢ଼ ହେବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ।

ମିଥୁନ:ଦିନଟି ଉତ୍ସାହପୂର୍ଣ୍ଣ ରହିବ। ମାନସମ୍ମାନ ସହ ଲୋକପ୍ରିୟତା ହାସଲ କରିବେ। ବୁଦ୍ଧିବଳରେ ସଫଳତା ପାଇବେ। ଭାଇ ଭଉଣୀଙ୍କଠାରୁ ସହଯୋଗ ପାଇବେ। ଜୀବନସାଥୀଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ।

କର୍କଟ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଅନ୍ୟ ଉପରେ ନିର୍ଭର ରହି କାର୍ଯ୍ୟଟିକୁ ସଂପୂର୍ଣ୍ଣ କରିବେ। ସାଙ୍ଗସାଥୀଙ୍କ ଦ୍ବାରା ଲାଭବାନ ହେବେ। ଜୀବନସାଥୀଙ୍କ ସହ ତିକ୍ତତା ଦେଖାଯାଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ:ମନରେ ମହତ୍ ଆଙ୍କାକ୍ଷା ନେଇ ଆଗକୁ ବଢ଼ିବେ। ବିଦେଶ ଯାତ୍ରାର ଯୋଗ ରହିଛି। ପରିବାରରେ ସୁଖସମୃଦ୍ଧି ଆସିବ। ଆର୍ଥିକ କ୍ଷେତ୍ରରେ ଲାଭବାନ ହେବ। ବ୍ୟବସାୟରେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିବେ।

କନ୍ୟା: ଦିନଟିରେ ଚଳଚଞ୍ଚଳ ରହିବେ। ନିଜ ବ୍ୟବହାର ଫଳରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ। ଜରୁରୀ କାର୍ଯ୍ୟ ପାଇଁ ଅଧିକ ସମୟ ନିୟୋଜିତ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ।

ତୁଳା: ଦିନଟିରେ ଆଳସ୍ୟତା ଅନୁଭବ କରିବେ। କଠିନ ପରିଶ୍ରମ କରି ସଫଳତା ପାଇବେ। ନୂତନ ଅବସର ପାଇବେ। ନିଷ୍ପତ୍ତି ନେବା ପାଇଁ ନିର୍ଭରଶୀଳ ହେବେ। ସାଙ୍ଗସାଥୀଙ୍କ ପାଇଁ ସମସ୍ୟାରେ ପଡ଼ି ଯାଇପାରନ୍ତି।

ବିଛା: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଦାମ୍ପତ୍ୟ ଜୀବନ ମଧୁର ହେବ। ପରିବାରର ସହଯୋଗ ପାଇବେ। ଆର୍ଥିକ ସ୍ଥିତି ମଜଭୁତ୍‌ ହେବ। ଏକ ସାଙ୍ଗରେ ଅନେକ ଗୁଡ଼ିଏ କାର୍ଯ୍ୟ କରି ଥକା ଅନୁଭବ କରିବେ।

ଧନୁ: ଦିନଟିରେ ବ୍ୟସ୍ତବହୁଳ ରହିବେ। ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଆର୍ଥିକ କ୍ଷେତ୍ରରେ ସୁଧାର ପରିଲକ୍ଷିତ ହେବ। ପୈତୃକ ସମ୍ପତ୍ତି ପ୍ରାପ୍ତି ହୋଇପାରେ। ପରିବାରରେ ସମସ୍ୟା ଦେଖାଦେଇ ପାରେ।

ମକର: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ମନରେ ସକାରାତ୍ମକ ଚିନ୍ତା ରଖନ୍ତୁ। ଇଚ୍ଛା କରୁଥିବା ସ୍ଥାନକୁ ଭ୍ରମଣ ପାଇଁ ଯାଇପାରନ୍ତି। ପରିଶ୍ରମ ଅନୁସାରେ ଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖ ରହିବ।

କୁମ୍ଭ: ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିପାରନ୍ତି। ଆକସ୍ମିକ ଧନଲାଭ ଯୋଗ ରହିଛି। ଆତ୍ମବିଶ୍ବାସ ସହ ଆଗକୁ ବଢ଼ିବେ। ଭାଇ ଭଉଣୀଙ୍କଠାରୁ ସହଯୋଗ ପାଇବେ। ସଙ୍ଗୀତ ପ୍ରତି ରୁଚି ବଢ଼ିବ।

ମୀନ: ମନରେ ସୁଖ ସନ୍ତୋଷ ଭରି ରହିବ। ଗୃହକୁ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାେର। ଜୀବନସାଥୀଙ୍କ କ୍ୟାରିୟରରେ ଉନ୍ନତି ଦେଖାଦେବ। ସହକର୍ମୀଙ୍କ ସାହଯ୍ୟ ଲୋଡ଼ିବେ। ଅଯଥା ଖର୍ଚ୍ଚାନ୍ତର ଶିକାର ହେବେ।

Leave A Reply

Your email address will not be published.