ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ସ୍ବୟଂ ସମର୍ପିତ ପରିଡା

ମାଛଗାଁ : ତୀକ୍ଷ୍ଣ ସ୍ମରଣଶକ୍ତି ପାଇଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଞ୍ଚାୟତ ତାଳଗାଁ ଗ୍ରାମର ଶୈଳେନ୍ଦୁ ପ୍ରତାପ ପରିଡା ଓ  ସାଗରିକା ସ୍ବାଇଁଙ୍କ ୪ ବର୍ଷର ଏକମାତ୍ର ପୁଅ ସ୍ବୟଂ ସମର୍ପିତ ପରିଡା। ଏତେ କମ ବୟସରେ ବିଚକ୍ଷଣ ପ୍ରତିଭାର ପରିଚୟ ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍ ପକ୍ଷରୁ ତାଙ୍କୁ ଆଇବିଆର ପ୍ୟାକେଜ୍‌ ପ୍ରଦାନ କରାଯାଇଛି। ଏହି କ୍ରମରେ ତାଙ୍କ ପାଖକୁ ମେଡାଲ୍‌, ପ୍ରମାଣପତ୍ର, ପରିଚୟପତ୍ର, କଲମ, ବ୍ୟାଚ୍‌ ଓ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍-୨୦୨୧ ପୁସ୍ତକ ପାର୍ସଲରେ ପହଞ୍ଚିଛି। ଫଳରେ ସ୍ବୟଂ ସମର୍ପିତଙ୍କ ବାପା ଶୈଳେନ୍ଦୁ ପ୍ରତାପ ପରିଡା ଓ ମାଆ ସାଗରିକା ସ୍ବାଇଁ ବେଶ୍‌ ଖୁସି ହୋଇଛନ୍ତି।

ସ୍ବୟଂ ସମର୍ପିତର ବୟସ ମାତ୍ର ୪ ବର୍ଷ, କିନ୍ତୁ ପ୍ରତିଭା ଆଶ୍ଚର୍ୟ୍ୟଜନକ । କଠିନ ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ବି ତାଙ୍କ ମୁହଁରେ।ସ୍ୱୟଂ ନିର୍ଦ୍ଧାରିତ ସମୟ ମଧ୍ୟରେ ୨୮ଟି ରାଜ୍ୟ ଓ ତାର ରାଜଧାନୀର ନାମ, ୭ ଟି ମହାଦେଶ, ୮ ଟି ଗ୍ରହ, ୩୦ ଜିଲ୍ଲା, ୬ ଋତୁ, ୭ ଦିନ, ୧୨ମାସର ନାମ, ଓଡ଼ିଆ ହିନ୍ଦୀ, ଇଂରାଜୀ ବର୍ଣ୍ଣମାଳା କହିବା ଓ ଲେଖିବା, ୧ରୁ୧୦୦ପର୍ଯ୍ୟନ୍ତ କହିବା ଓ ଲେଖିବା,ପଣିକିଆ, ପୂର୍ବବର୍ତୀ, ମଧ୍ୟବର୍ତ୍ତୀ ଓ ପରବର୍ତ୍ତୀ ସଂଖ୍ୟା,୩୦ ଟି ଜାତୀୟ ପ୍ରତୀକର ନାମ,ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ନାମ,ଚିତ୍ରାଙ୍କନ ନୃତ୍ୟ, ରାଇମସ, ଗୃହ ପାଳିତ ଓ ବନ୍ୟ ପଶୁ ଓ ପକ୍ଷୀଙ୍କ ନାମ, ସାମୁଦ୍ରିକ ଜୀବଙ୍କ ନାମ, ସମସ୍ତ ପର୍ବପର୍ବାଣିର ନାମ, ସାଧାରଣ ଜ୍ଞାନ ସମ୍ବନ୍ଧୀୟ ଉତ୍ତର ଓ ପଶୁ ପକ୍ଷୀଙ୍କ ସ୍ବରକୁ ପ୍ରାଞ୍ଜଳଭାବେ ବର୍ଣ୍ଣନା କରି ଏହି ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି।

swayam samarpita parida won india book of records

ସ୍ବୟଂ ସମର୍ପିତଙ୍କ ଏହି ସଫଳତାପାଇବା ପଛରେ ଶ୍ରେୟ ତାଙ୍କର ଜେଜେ ରାହାଣ ସ୍କୁଲର ପ୍ରଧାନଶିକ୍ଷକ ପ୍ରେମାନନ୍ଦ ପରିଡା ଓ ଆଈ ବିନୋଦିନୀଙ୍କୁ ଦେଇଛନ୍ତି ପିତା ଶୈଳେନ୍ଦୁ କାରଣ ସେ ପିଲାଟି ବେଳରୁ ପୁଅକୁ ସାଧାରଣ ଜ୍ଞାନ ସମ୍ବନ୍ଧରେ ଶିଖାଉ ଥିବା ବେଳେ ପିଲାଟି ଏହାକୁ ଅତି ସହଜରେ ଗ୍ରହଣ କରୁଥିଲା।ଏହି ପୁରସ୍କାର ହାତେଇବା ପରେ ନିଜ ଗ୍ରାମ ତାଳଗାଁ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଏଥିପାଇଁ ତାଙ୍କୁ ଆଶୀର୍ବାଦ ଶୁଭର ସୁଅ ଛୁଟିଛି ।

Leave A Reply

Your email address will not be published.