ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଜଗା ଦର୍ଶନ ହେଲା ଶେଷ ଦର୍ଶନ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା-ପୁଅ ମୃତ, ମା’ ଓ ଝିଅ ଗୁରୁତର

ମା ଓ ଝିଅ ଗୁରୁତର

ଅନୁଗୁଳ: ଜଗା ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲେ ବାପ ଓ ପୁଅ । ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ହଣ୍ଡପା ଥାନା ସର୍ଗିପାଲି ଠାରେ ଏକ କୋଇଲା ବୋଝେଇ ଟ୍ରକ କାରକୁ ଧକ୍କା ଦେବା ଫଳରେ କାରରେ ଥିବା ବାପ ଓ ପୁଅଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ମା’ ଓ ଝିଅ ଗୁରୁତର ଆହତ ହୋଇଥିଲେ।

Article Bottom (Mobile Only)

ସୂଚନା ଅନୁଯାୟୀ, ବେଲପାହାଡ଼ ଅଞ୍ଚଳର ପ୍ରଭାସ ବୋଷ , ତାଙ୍କ ୨୨ ବର୍ଷୀୟ ପୁଅ ପ୍ରତ୍ୟୁଷ ବୋଷ , ମା’ ସଂଗୀତା ବୋଷ ଓ ଝିଅ ସ୍ୱସ୍ତିକା ବୋଷ ପୁରୀ ଜଗନ୍ନାଥ ଦର୍ଶନ କରି ଆଜି ଘରକୁ ଫେରୁଥିଲେ । ତେବେ ଜାତୀୟ ରାଜପଥରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାପ-ପୁଅଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମାଟ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ହଣ୍ଡପା ପୁଲିସ ପହଞ୍ଚି ତଦନ୍ତ କରୁଛି ।

 

Leave A Reply

Your email address will not be published.