ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଗ୍ର ହେଉଛି ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ସ୍ଥିତି : ଜଳବନ୍ଦୀ ୪ଟି ପଞ୍ଚାୟତର ୨୦ଟି ଗାଁ

ଭଦ୍ରକ/ଆରଡି : ଦୀର୍ଘ ୪ଦିନ ହେବ ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣିରେ ତଳମୁଣ୍ଡରେ ଉଗ୍ରରୂପ ଧାରଣ କରୁଛି ବୈତରଣୀ ଓ ସାଳନ୍ଦୀ ନଦୀ । ଭଦ୍ରକ ଜିଲ୍ଲା ·ନ୍ଦବାଲି ବ୍ଲକ ର ଆରଡି ସମେତ ଓଳଗ, ନାନ୍ଦପୁର, ସୁନ୍ଦରପୁର ୪ଟି ପଞ୍ଚାୟତର ତଳିଆ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଜଟିଳ ହେବାରୁ ଏବେ ବୋଡକ ନିକଟରେ ବୈତରଣୀ କୂଳ ଲଂଘି ଜନବସତୀକୁ ବନ୍ୟାଜଳ ମାଡି ଚାଲିଛି । ଫଳରେ ୩ଦିନ ହେଲା ୪ଟି ପଞ୍ଚାୟତର ୨୦ଟି ଗାଁ ଏବେ ବନ୍ୟା ଘେରରେ ରହିଛି । ବିଶେଷକରି ଆରଡି ନିକଟସ୍ଥ ବୋଡକ ଓ ଶୀତଳପୁର ସହ ଦୋହରା ମଳିକସାହି ଗାଁ ଦାଣ୍ଡରେ ୩ଦିନ ହେବ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ବନ୍ୟାପାଣି ।

ସେହିପରି ବୈତରଣୀନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ ବୋଡକ ନିକଟରେ ଆଖଣ୍ଡଳମଣି-କୁଆଖିଆ ଜାତୀୟରାଜପଥର ୨ଶହ ମିଟର ରାସ୍ତାକୁ ଧୋଇ ନେବାରୁ ରାସ୍ତା ଉପରେ ଏବେ ୩୪ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଆଖଣ୍ଡଳମଣି, ଚାନ୍ଦବାଲି ଓ ଆରଡି ମତୋ ରାସ୍ତାର ୨ଟି ସ୍ଥାନରେ ୩ଫୁଟ୍ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୋହରାପାଟଣା ନିକଟରେ ବୈତରଣୀ ନଦୀବନ୍ଧର ୧୦ଫୁଟ୍ର ଘଳିଆ ପଡିଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଚାଲିଛି ତାହାସହ ୯ଟି ଗାଁ ଏବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

ସେହିପରି ୩ହଜାରରୁ ଉର୍ଦ୍ଧ ଲୋକ ଏବେ ଜଳବନ୍ଦୀ ହୋଇ ରହିଛନ୍ତି ମଙ୍ଗଳବାର ଅପରାହ୍ଣରେ ଭଦ୍ରକ ଜିଲାପାଳ ଶିଦେ୍ଧଶ୍ୱର ବଳିରାମ ବନ୍ଦୋର ବନ୍ୟାଞ୍ଚଳ ବୁଲି ସ୍ଥିତି ପରବା ସହ ବିପନ୍ନଙ୍କୁ ଯଥାଶିଘ୍ର ସୁଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ବ୍ଲକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗସ୍ତ ବେଳେ ଡିଆଡିଏ ର ଇନ୍ଦ୍ରମଣି ନାୟକ, ଉପ-ଜିଲ୍ଳାପାଳ ମନୋଜ ପାତ୍ର, ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ, ତହସିଲଦାର ଶୁଶାନ୍ତ ସୂତାର, ସ୍ଥାନୀୟ ସରପଞ୍ଚ, ଆର.ଆଇ, ସରୋଜ ଦାସଙ୍କ ସହ ବହୁ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।

ବିପଦ ସଂକେତ ଉପରେ ବୈତରଣୀ ନଦୀ

ମଞ୍ଜୁରୀରୋଡ/ବାରିକପୁର :ଲଘୁଚାପ ଜନିତ ବର୍ଷା ଯୋଗୁଁ ଭଣ୍ଡାରିପୋଖରୀ ଦେଇ ଯାଇଥିବା ବୈତରଣୀ ନଦୀରେ ଏକ ମଧ୍ୟମ ଧରଣର ବନ୍ୟା ଆସିଛି । ଏହାର ପ୍ରଭାବରେ ବ୍ଲକର ୫ଗୋଟି ପଂ·ୟତ ପ୍ରଭାବିତ ହୋଇଛି । ଗତ ସୋମବାର ଦିନ ନଦୀର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ ୧୮.୭୭ ମିଟର ରହିଥିବା ବେଳେ ଚର୍ଚ୍ଚିତ କଣ୍ଟି ଏସକେପ ଦେଇ ବନ୍ୟାଜଳ ନିଷ୍କାସନ ହୋଇଥିଲା ଏହା ଦ୍ୱାରା ବ୍ଲକର ଷୋଳମପୁର, ରହଣିଆ, ମାଳଦା, ନପଙ୍ଗ ଓ କୁରିଗାଁ ପଂଚାୟତରେ ଚାଷ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଚାଷ ଜମିରେ ବନ୍ୟାଜଳ ମାଡିଯିାରୁ ଧାନ ତଳି କେତେକ ସ୍ଥାନରେ ନଷ୍ଟ ହୋଇଥିବା ସୂଚନା ମିଳିଛି ।

ଏହାଛଡା ନୌରଙ୍ଗପୁର, ଜଳହରି, ବିରୋଳି, ନୂଆପଡା, ବଡମାଳଦା, ଚର୍ତୁଭୁଜପୁର, ଖପୁରିଆପଦା,ବଳିପୁର ପ୍ରମୁଖ ଗାଁ ଗୁଡିକରେ ପାଣି ଆସିବା ଯୋଗୁଁ ଗ୍ରାମ୍ୟ ରାସ୍ତା ବୁଡି ଯାଇଥିବା ଦେଖିବାକୁ ମିଳିଥିଲାଏତଦବ୍ୟତୀତ ପୂର୍ତ୍ତ ବିଭାଗ ରାସ୍ତାର ଖୋଳାମୁହଁ ନିକଟରେ ପ୍ରାୟ ୩ଫୁଟ ପାଣି ଚାଲିବା ଯୋଗୁଁ ପ୍ରାୟ ୧୨ଘଣ୍ଟା ଧରି ଭଣ୍ଡାରିପୋଖରୀରୁ ଯାଜପୁରକୁ ଯାତାୟତ ପାଇଁ ସମସ୍ୟା ଦେଖାଦେଇଥିଲା ଆଜି ଜଳସ୍ତର କମିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ଆଖୁଆପଦା ଆନିକଟ ଠାରେ ୧୭.୮୭ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି ।

୮ ପଂଚାୟତ ୩୨ ଗାଁ ବନ୍ୟା ଘେରରେ, ୪୯୦୦ ହେକ୍ଟର ଚାଷଜମି ଜଳମଗ୍ନ

ଦୋବଲ/ଧୂଷୁରୀ,ଅସୁରାଳି : ଲଗାଣ ବର୍ଷା ସାଙ୍ଗକୁ ଲଘୁ·ପ ଜନିତ ବର୍ଷା ଦ୍ୱାରା ଧାମନଗର ବ୍ଲକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବାବେଳେ ବୈତରଣୀ, କୋଚିଳା, ଗେଙ୍ଗୁଟି ଓ କଣ୍ଡିଆ ନଦୀରେ ବନ୍ୟା ଆସିବା ଫଳରେ ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଦୀର୍ଘ ୧୦ଦିନ ଧରି ଅବିଶ୍ରାନ୍ତ ବର୍ଷା ଓ ୪ଦିନ ବନ୍ୟା ହେବା‘ଳରେ ଶହଶହ ହେକ୍ଟର ଚାଷଜମିରେ ଜଳମଗ୍ନ ହୋଇଯାଇଛି। ବୈତରଣୀ ନଦୀର ଆଖୁଆପଦା ଠାରେ ବିପଦସଂକେତ ଉପରେ ୨ ଦିନଧରି ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ତଳିଆ ଅଂଚଳର ବନ୍ୟାଜଳ ମାଡ଼ିବାରେ ଲାଗିଛି। ବୈତରଣୀ ନଦୀର ଗୌରାଙ୍ଗପୁର, ମଲ୍ଲିମାହାରା ଏସ୍କେ‘ ଓ ଗେଙ୍ଗୁଟି ନଦୀର ଗାଇଛନ୍ଦା, ମଠମାହାରା ଓ କନ୍କେଇ ଏସ୍କେ‘ର ବନ୍ୟାଜଳ ପ୍ରବାହିତ ହୋଇ ଆନନ୍ଦପୁର, ସୋହଡ଼ା, କରଦା, ପଧାନୀ, ଖଡ଼ିପଦା, ଦଳାଙ୍ଗ, ଅର୍ଜୁନପୁର, ନଦୀଗାଁ ଆଦି ପଂଚାୟତର ବିଭିନ୍ନ ଚାଷଜମି ଗ୍ରାମର ବନ୍ୟାଜଳ ପ୍ରବେଶ କରିଛି।

ବନ୍ୟାଦ୍ୱାରା ଖଡ଼ିପଦା- କଞ୍ଜିଆପାଳ, ଭଗବତପୁର- ପଧାନୀ, ଅର୍ଜୁନପୁର- ବାଲିପାଟଣା ଆଦି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି। କୋଚିଳା ଓ ବୈତରଣୀ ନଦୀର  ହସନାବାଦ ପଂଚାୟତର ଅନେକଗ୍ରାମ ଏବେ ବନ୍ୟା ଘେରରେ ରହିଛନ୍ତି। ବିଶେଷ କରି ଅନଳଡ଼ିହ ଗ୍ରାମର ୧୦୦ରୁ ଉଦ୍ଧ୍ୱର୍ ଘର ଲୋକମାନେ ଘରୁ ବାହାରକୁ ବାହାରିପାରୁ ନାହାନ୍ତି। ଗୋରୁଗାଈ ମଧ୍ୟ ଘରେ ବନ୍ଧାହୋଇ ରହିଛନ୍ତି। ଗାଁ ଦାଣ୍ଡରେ ଏବେ ବନ୍ୟାଜଳ ଲହଡ଼ି ମାରୁଛି। ସେପଟେ ରେବ, କପାଳି ଓ ନାଳିଆ ନଦୀର ବନ୍ୟା ସାଂଗକୁ ଏପଟେ ବୈତରଣୀ, କୋଚିଳା, ଗେଙ୍ଗୁଟି ନଦୀର ବନ୍ୟା ଫଳରେ ଧାମନଗର ବ୍ଲକର ୨୬ପଂଚାୟତର ୧୦୯ ଗ୍ରାମର ୪୯୦୦ହେକ୍ଟର ·ଷଜମି କ୍ଷତିଗ୍ରସ୍ତ ହୋଇଛି। ସରକାରୀ ସ୍ତରରେ ୮ଟି ପଂଚାୟତର ୩୨ଟି ଗ୍ରାମର ୧୦୫୬ ପରିବାର ଏବେ ବନ୍ୟାଘେରରେ ଅଛନ୍ତି ବୋଲି ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ସୂଚନାଦେଇଥିବାବେଳେ ବନ୍ୟାଘେରରେ ଥଣ୍ଡା ଜ୍ବର ଆଶଙ୍କା ଥିବାରୁ ମେଡ଼ିକାଲ ଟିମ୍କୁ ପଠାଯାଇଛି ବୋଲି ବିଡ଼ିଓ ସୂଚନା ଦେଇଥିଲେ।

ତେବେ ଗତ ସୋମବାର ଦିନ ଜିଲ୍ଳାପାଳ ସିଦେ୍ଧଶ୍ୱର ବଳିରାମ ବନ୍ଦୋର ବନ୍ୟାଜଳ ପରିଦର୍ଶନ କରିଥିବା ବେଳେ ଆଜି ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର କୁମାର ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ଧୂଷୁରୀ ଜିଲ୍ଳାପରିଷଦ ସଭ୍ୟ ପ୍ରଦୀପ ମଲ୍ଳିକ, ଜିଲ୍ଳାପରିଷଦ ଉପା୍ମକ୍ଷା ଟୁନିବାଳା ବିଶ୍ୱାଳ, ହରେକୃଷ୍ଣ ପାଢୀ, ଜଳସେଚନ ବିଭାଗର ମୁଖ୍ୟଯନ୍ତ୍ରୀ ଚନ୍ଦେଶ୍ୱର ବେହେରା, ସହକାରୀ ମୁଖ୍ୟଯନ୍ତ୍ରୀ ଧନେଶ୍ୱର ସାମଲ, ତହସିଲଦାର କ୍ଷୀରୋଦ ପଣ୍ଡା, ବିଡ଼ିଓ ଦୁର୍ଗାଚରଣ ମୁର୍ମୁ, ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶରତଚନ୍ଦ୍ର ଘଡ଼ାଇ, ଧାମନଗର ଜଳସେଚନ ବିଭାଗର ଏସ୍ଡ଼ିଓ ବିଜୟ ସେଠୀ, କନିଷ୍ଠଯନ୍ତ୍ରୀ ପ୍ରଦୀପ ଦାସ ଓ ଧିରେନ କୁମାର ପାଣି ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରିଥିବାବେଳେ ବନ୍ୟାର ସ୍ଥିତି ସମ୍ପର୍କରେ ସାଂସଦ ଶ୍ରୀମତୀ ମଣ୍ଡଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅପରପକ୍ଷେ କ୍ଷତିଗ୍ରସ୍ତ ଚାଷଜମି ଆକଳନ ପାଇଁ କୃଷିଜିଲ୍ଳା ଅଧିକାରୀ ତରୁଣ ଛୋଟରାୟ, ସହକାରୀ କୃଷିଅଧିକାରୀ ଦେବାଶିଷ ତ୍ରିପାଠୀ, ଗୋଷ୍ଠି କୃଷିଅଧିକାରୀ ଭାଷ୍କର ଦାସ, ଗ୍ରାମ୍ୟ କୃଷିଅଧିକାରୀ ଅଜୟ ଦାସ, ସାନ୍ତନୁ ଜେନା, ଗୋପୀନାଥ ହାଂସତା ପ୍ରମୁଖ ଚାଷଜମି ପରିଦର୍ଶନ କରିଥିଲେ। ତେବେ ବନ୍ୟାଜଳ ଛାଡ଼ିବା ପରେ ଚାଷଜମି କ୍ଷୟକ୍ଷତିର ଆକଳନ କରାଯିବବୋଲି ଜିଲ୍ଲା କୃଷିଅଧିକାରୀ ଶ୍ରୀ ଛୋଟରାୟ ପ୍ରକାଶ କରିଥିଲେ। ତେବେ ଧାମନଗର ବ୍ଳକ ଅଂଚଳରେ ବାରମ୍ବାର ବନ୍ୟା ହେଉଥିଲେ ମଧ୍ୟ କିଛି ଅଂଶରେ ବନ୍ୟାର ସ୍ଥାୟୀ ପ୍ରତିକାର ହୋଇପାରିଛି। ତେବେ ସମ୍ପୁର୍ଣ ଭାବରେ ବନ୍ୟା ନିୟନ୍ତ୍ରଣ କରାଯିବବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ପ୍ରକାଶ କରିଥିଲେ।

Leave A Reply

Your email address will not be published.