ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବ ନିଯୁକ୍ତ ଡିଜିପି ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ଓଡ଼ିଶାର ନବନିଯୁକ୍ତ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଓଡ଼ିଶା ଫେରିବେ । ଡେପୁଟେସନରୁ ଓଡ଼ିଶା ଫେରିବା ନେଇ ତାଙ୍କୁ ଅନୁମତି ଦେଇଛି କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟି । ସୁନୀଲ ବଂଶଲ ଏବେ କେନ୍ଦ୍ର ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଅଛନ୍ତି। ନିକଟରେ ତାଙ୍କୁ ରାଜ୍ୟର ପରବର୍ତ୍ତୀ ନୂଆ ପୁଲିସ ଡିଜି ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ପୁଲିସ ଡିଜି ଅଭୟଙ୍କ କାର୍ଯ୍ଯକାଳ ସରୁଛି । ତାଙ୍କ ସ୍ଥାନରେ ନୂଆବର୍ଷରେ ନୂଆ ପୁଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ୧୯୯୪ ମସିହାରୁ କେନ୍ଦ୍ରୀୟ ଡେପୁଟେସନୱରେ ଅଛନ୍ତି ସୁନୀଲ କୁମାର ବଂଶଲ ।

 

Leave A Reply

Your email address will not be published.