ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୧ରୁ ପୁଣି ଖସିବ ତାପମାତ୍ରା

ଭୁବନେଶ୍ୱର : ଆସନ୍ତା ଦୁଇ ଦିନ ପରେ ପୁଣି ଥରେ ଶୀତ ଫେରିବ। ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି। ଏଥିପାଇଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଦୁଇ ଦିନ ପରେ ଅର୍ଥାତ ୧୧ ତାରିଖଠାରୁ ପୁଣି ଥରେ ତାପମାତ୍ରା ହ୍ରାସ ପାଇବ ଓ ରାଜ୍ୟକୁ ଶୀତ ଫେରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗୁରୁବାର ରାଜ୍ୟର ସୁନ୍ଦରଗଡ଼଼଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି। ଶୁକ୍ରବାରଠାରୁ ପାଗ ଶୁଖିଲା ରହିବା ସହିତ ଖରାଟିଆ ରହିବ। ଆକାଶ ନିର୍ମଳ ହେବା କାରଣରୁ ପରବର୍ତ୍ତି ୩ ଦିନ ମଧ୍ୟରେ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି।

Leave A Reply

Your email address will not be published.