ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ୟାଙ୍କ ବିଧ୍ବଂସୀ ହେଲିନା ମିସାଇଲ୍‌ର ସଫଳ ପରୀକ୍ଷଣ, ଗୋଟିଏ ମିନିଟ୍‌ରେ ଧ୍ୱଂସ କରିଦେବ ଟାର୍ଗେଟ୍

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ଡିଆରଡିଓ ପକ୍ଷରୁ ଆଜି ଅତ୍ୟାଧୁନିକ ଟ୍ୟାଙ୍କ ବିଧ୍ବଂସୀ କ୍ଷେପଣାସ୍ତ୍ର ହେଲିନାର ସଫଳ ପରୀକ୍ଷଣ କରାଯାଇଛି । ଯାହା ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ଦେଇଛି। ହେଲିକପ୍ଟରରୁ ଶତୃଙ୍କୁ ଟାର୍ଗେଟ୍ କରିବାକୁ ଅତ୍ୟାଧୁନିକ ଏଣ୍ଟ-ଟ୍ୟାଙ୍କ ଗାଇଡେଡ୍ ମିସାଇଲ ହେଲିନାକୁ ରାଜସ୍ଥାନ ଠାରେ ସଫଳ ପରୀକ୍ଷଣ କରାଯାଇଛି । ରାଜସ୍ଥାନର ପୋଖରାନ ଠାରେ ହୋଇଥିବା ଏହି ପରୀକ୍ଷଣରେ ହେଲିନା ମିଶାଇଲ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିବାରେ ଶତ ପ୍ରତିଶତ ସଫଳ ହୋଇଛି । ଏହି ମିଶାଇଲ କୌଣସି ସମୟରେ ବି ଟାର୍ଗେଟ୍ କୁ ଭେଦ କରିପାରିବ ବୋଲି କୁହାଯାଇଛି ।

helina

ହେଲିନାକୁ ତୃତୀୟ ପିଢିର ଆଧୁନିକ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ର ବୋଲି କୁହାଯାଉଛି । ହେଲିନାରେ ରେଡ୍ ସକର, ଫାୟାର ଏବଂ ଫର୍ଗଟ୍ ଫିଚର୍ସ ରହିଛି । ଏହା ବ୍ୟତିତ ଏହି ମିଶାଇଲର ତୁଳନା ଚୀନ ଆର୍ମୀର ୱାୟର ଗାଇଡେଡ୍ ଏଚଜେ-୮ ଓ ପାକିସ୍ତାନ ଦ୍ୱାରା ପ୍ରସ୍ତୁତ ଲେଜର ଗାଇଡେଡ୍ ମିଶାଇଲ ବାରକ୍ୟୁ ସହିତ କରାଯାଇଛି ।helina

ବିଭାଗୀୟ ଅଧିକାରୀଙ୍କ ସୂଚନା ମୁତାବକ ବର୍ତ୍ତମାନ ଏହି ମିଶାଇଲକୁ ଭାରତୀୟ ସ୍ଥଳ ସେନା ଓ ବାୟୁ ସେନାରେ ସାମିଲ କରାଯିବ । ପ୍ରତିରକ୍ଷାମନ୍ତ୍ରଣାଳର ତଥ୍ୟ ମୁତାବକ ଗତ ୫ ଦିନ ହେବ ହେଲିନା ମିଶାଇଲକୁ ୭ କିଲୋମିଟରରୁ ଅଧିକ ରେଞ୍ଜରେ ପରୀକ୍ଷଣ କରାଯାଇଛି । ୫ ଥର ପରୀକ୍ଷଣ ପରେ ଏହି ମିଶାଇଲ ଶତ ପ୍ରତିଶତ ଟାର୍ଗେଟ୍ ଭେଦ କରିବାରେ ସଫଳ ହୋଇଥିଲା ବୋଲି କୁହାଯାଇଛି । ପରୀକ୍ଷଣ ହୋଇଥିବା ମିଶାଇଲ ହେଲିନା ବର୍ତ୍ତମାନ ଏଚଏଏଲ୍ ରୁଦ୍ରା ଓ ହାଲକା ଲଢୁଆ ହେଲିକପ୍ଟରରେ ଇଣ୍ଡକ୍ସନ ପାଇଁ ପ୍ରସ୍ତୁତ ହୋଇ ସାରିଛି । ପରୀକ୍ଷଣ ବେଳେ ଏହି ମିଶାଇଲକୁ ଏଏଲଏଚ୍ ଧ୍ରୁବ ହେଲିକପ୍ଟରରେ ଲଞ୍ଚ କରାଯାଇଥିଲା ।Helina

ଏହି କ୍ଷେପଣାସ୍ତ୍ରର ସେନା ସଂସ୍କରଣ (ଆର୍ମି ଭର୍ସନ)କୁ ହେଲିନା ଓ ବାୟୁସେନା ଭର୍ସନକୁ ଧ୍ରୁବାସ୍ତ୍ର ବୋଲି କୁହାଯାଉଛି । ହେଲିନାର ଅର୍ଥ ହେଉଛି ହେଲିକାପ୍ଟର ଲଞ୍ଚଡ୍ ନାଗ୍ । ଏହା ଏକ ଲକ ଅନ ବିଫୋର ଲଞ୍ଚ୍ (ଏଲଓବିଏଲ) ଟ୍ୟାଙ୍କ ବିଧ୍ବଂସୀ ଗାଇଡେଡ ମିସାଇଲ । ଏହାର ଉଭୟ ଟପ ଆଟାକ ଓ ଡାଇରେକ୍ଟ ଆଟାକ କ୍ଷମତା ରହିଛି । ଏଏଲଏସ-ରୁଦ୍ର ହେଲିକାପ୍ଟରରେ ଏକାସମୟରେ ୮ଟି ହେଲିନା ମିସାଇଲ ଖଞ୍ଜି ହେବ ।

Leave A Reply

Your email address will not be published.