ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ଏସ୍‌ଆଇ, ପୋଷ୍ଟମଟର୍ମ ରିପୋର୍ଟ ହେରଫେର ପାଇଁ ନେଉଥିଲେ ଲାଞ୍ଚ

ଯାଜପୁର: ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଏସ୍‌ଆଇ କେଶବ ଚନ୍ଦ୍ର ଦାସ। ପୋଷ୍ଟମଟର୍ମ ରିପୋର୍ଟରେ ହେରଫେର ପାଇଁ ଶ୍ରୀ ଦାସ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମାଡ଼ି ବସିଛନ୍ତି।

ସୂଚନା ଅନୁଯାୟୀ, ଏକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ମେଡିକାଲ କାଗଜପତ୍ର ଓ ପୋଷ୍ଟମଟମ ରିପୋର୍ଟରେ ହେରଫେର ପାଇଁ କେଶବ ଚନ୍ଦ୍ର ଦାସ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ମାଗିଥିଲେ। ଏନେଇ ଅଭିଯୋଗ କାରି ଭିଜିଲାନ୍ସକୁ ଅବଗତ କରିଥିଲେ। ଯୋଜନା ଅନୁସାରେ ଆଜି ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ର ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରୁ ଏସ୍‌ଆଇ କେଶବ ଚନ୍ଦ୍ର ଦାସଙ୍କୁ ମାଡ଼ିବସିଥିଲେ। ଏହାପରେ ତାଙ୍କର କଟକ ଜଗତପୁରର ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଚାଲିଛି।

Leave A Reply

Your email address will not be published.