ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରଦାକୁ ଫେରିବେ ଶେହନାଜ୍

ଟେଲିଭିଜନ ଦୁନିଆର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅକାଳ ବିୟୋଗ ପରେ ତାଙ୍କ ବାନ୍ଧବୀ ତଥା ପଞ୍ଜାବୀ ଅଭିନେତ୍ରୀ ଶେହନାଜ୍ ଗିଲ୍ ମାନସିକ ସ୍ତରରେ ପୂରାପୂରି ଭାଙ୍ଗି ପଡିଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶେହନାଜ୍। ଏଯାବତ୍ ସେ ସୁଟିଂ ସେଟ୍‌କୁ ଫେରିନାହାନ୍ତି। ସେପ୍ଟେମ୍ବର ୧୫ ତାରିଖରେ ଶେହନାଜ ପଞ୍ଜାବୀ ଫିଲ୍ମ ‘ହୋସ୍‌ଲା ରଖ’ ଏକ ପ୍ରମୋସନାଲ ଗୀତର ସୁଟିଂ ଆରମ୍ଭ କରିଥାନ୍ତେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଅଭିନେତା ତଥା ଗାୟକ ଦିଲଜିତ୍‌ ଦୋସାଞ୍ଜ । କିନ୍ତୁ ଶେହନାଜଙ୍କ ଅବସ୍ଥା ଦେଖି ସୁଟିଂକୁ ଘୁଞ୍ଚାଇ ଦିଆଯାଇଛି। ଆଶା କରାଯାଉଛି ସେପ୍ଟେମ୍ବର ଶେଷ ଆଡକୁ ଶେହନାଜ୍ ସୁଟିଂ ସେଟ୍‌କୁ ଫେରିବେ ।

ଏସମ୍ପର୍କରେ ଦିଲଜିତ୍ କହିଛନ୍ତି ଯେ, ‘ଅମେ ଅପେକ୍ଷା କରୁଛୁ ଶେହନାଜ ଏ ଦୁଃଖରୁ ଶୀଘ୍ର ମୁକୁଳି ଆସନ୍ତୁ । ଆମେ ସେପ୍ଟେମ୍ବର ୧୫ ତାରିଖରେ ଏକ ଗୀତର ସୁଟ୍ କରିଥାନ୍ତୁ । ଏହାର ସୁଟିଂ ଲଣ୍ଡନରେ ହେବାର ଥିଲା । କିନ୍ତୁ ଶେହନାଜଙ୍କ ଯୋଗୁଁ ଏହାର ସୁଟ୍ ହୋଇପାରିନାହିଁ । ଏକ ନୂଆ ତାରିଖ ସ୍ଥିର କରି ସୁଟିଂ ବିଷୟରେ ଆମେ ତାଙ୍କ ସହ କଥାବାର୍ତ୍ତା କରିବୁ।” ଏଠାରେ ପ୍ରକାଶ ଥାଉ କି, ରିଅଲିଟି ଶୋ’ ବିଗ୍‌ବସ୍‌ ସିଜିନ୍ -୧୩ରେ ଶେହନାଜ୍ ଓ ସିଦ୍ଧାର୍ଥଙ୍କର ସାକ୍ଷାତ ହୋଇଥିଲା। ଶୋ’ରେ ହିଁ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଏହି ଯୋଡ଼ିକୁ ଲୋକ ମଧ୍ୟ ପସନ୍ଦ କରି ‘ସିଦନାଜ’ ନାଁ ଦେଇଥିଲେ।

Leave A Reply

Your email address will not be published.