ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶାହାରୁଖଙ୍କ ପୁଅଙ୍କୁ ମିଳିଲାନି ବେଲ୍, ଆର୍ଥର ରୋଡ ଜେଲ୍‌ ଗଲେ ଆର୍ଯ୍ୟନ୍‌ ଖାନ୍‌

ମୁମ୍ୱାଇ: ବଲିଉଡର ବାଦଶାହ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଲାନି ବେଲ୍ । ଶେଷରେ ଜେଲ୍‌ ଗଲେ ଷ୍ଟାର ସନ୍‌ ଆର୍ଯ୍ୟନ୍‌ । ମୁମ୍ବାଇର ଜିଲ୍ଲା କୋର୍ଟରେ ଜାମିନ୍‌ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି । ମୁମ୍ବାଇର ଆର୍ଥର ରୋଡ ଜେଲ୍‌ ଯାଇଛନ୍ତି ଆର୍ଯ୍ୟନ୍‌ ଖାନ୍ । ହସ୍ପିଟାଲରେ ଆର୍ଯ୍ୟନ୍‌ଙ୍କ କୋଭିଡ଼ ଟେଷ୍ଟ ଓ ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି ।

ପରେ ଏନ୍‌ସିବି ହେପାଜତରୁ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ଆର୍ଯ୍ୟନ୍‌ ଖାନ୍‌ । ଆର୍ଯ୍ୟନ୍‌ ଖାନ୍ ଗତ ୭ ଦିନ ଧରି ଏନସିବି ହେପାଜତରେ ଅଛନ୍ତି । ମୁମ୍ବାଇରୁ ଗୋଆ ଯିବାକୁ ଥିବା ଏକ କ୍ରୁଜ୍ ଜାହାଜରେ ଚାଲୁଥିବା ଡ୍ରଗ୍ ପାର୍ଟିର ସାମିଲ ଥିବାରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଗିରଫ କରିଥିଲା । ଅକ୍ଟୋବର ୨ ଶନିବାର ଦିନ ତାଙ୍କୁ ଏନସିବି ଗିରଫ କରିଥିଲା। ତେବେ ଆର୍ଯ୍ୟନ୍‌ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ ବୋଲି କୁହାଯାଇଥିଲା ।


ସେପଟେ ଆଜି ମାଆ ଗୌରୀ ଖାନଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ଶାହାରୁଖ ଏବଂ ଗୌରୀ ନିଜ ପୁଅକୁ ଯଥାଶୀଘ୍ର ନିଜ ଘରେ ଦେଖିବାକୁ ଚାହୁଁଥିଲେ । ଏଥି ସହିତ ବଲିଉଡର ସେଲିବ୍ରେଟମାନେ ଖୋଲାଖୋଲି ଭାବେ ଶାହାରୁଖ ଏବଂ ଆର୍ୟ୍ୟନଙ୍କୁ ସମର୍ଥନ କରୁଥିଲେ। ସମ୍ପ୍ରତି, ହ୍ରିତିକ ଆର୍ୟ୍ୟଙ୍କ ପାଇଁ ଏକ ଲମ୍ବା ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେଲିବ୍ରିଟିମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

Leave A Reply

Your email address will not be published.