ମାରିଆ ରେସା ଓ ଦିମିତ୍ରି ମୁରାତୋଭଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ୍ : ବାକ୍‌ ସ୍ବାଧୀନତାକୁ ସୁରକ୍ଷା ଦେଇଥିବାରୁ ଦୁଇ ସାମ୍ବାଦିକ ମାରିଆ ରେସା ଏବଂ ଦିମିତ୍ରି ମୁରାଟୋଭଙ୍କୁ ମିଳିତ ଭାବେ ମିଳିଛି ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର। ଫିଲିପାଇନ୍ସର ସାମ୍ବାଦିକା ମାରିଆ ରେସା ଏବଂ ଋଷର ସାମ୍ବାଦିକ ଦିମିତ୍ରି ମୁରାଟୋଭଙ୍କୁ ଆଜି ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି।ନରୱେ ନୋବେଲ କମିଟିର ସଭାପତି ବେରିଟ୍ ରିସ୍-ଆଣ୍ଡର୍ସେନ୍ କହିଛନ୍ତି ଯେ, ବାକ୍‌ ସ୍ବାଧୀନତାରକୁ ସୁରକ୍ଷା ଦେବା ପାଇଁ ଦୁହେଁ କରିଥିବା ପ୍ରୟାସ ପାଇଁ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।


ମାରିଆ ରେସା ନିଜ ଦେଶ ପିଲିପିନ୍ସରେ କ୍ଷମତାର ଅପବ୍ୟବହାର, ହିଂସା ତଥା ଏକଛତ୍ରବାଦୀ ଶାସନକୁ ସାମ୍ନାକୁ ଆଣିବା ପାଇଁ ବାକ୍‌ ସ୍ୱାଧୀନତାକୁ ସଠିକ୍ ଭାବରେ ବ୍ୟବହାର କରିଛନ୍ତି। ୨୦୧୨ ମସିହାରେ, ମାରିଆ ରାପ୍ଲର୍ ପ୍ରତିଷ୍ଠା କରିଥିଲେ। ସେ ଏହି ଡିଜିଟାଲ୍ ମିଡିଆ କମ୍ପାନୀର ସହ-ପ୍ରତିଷ୍ଠାତା ଏବଂ ଏହି କମ୍ପାନୀ ଅନୁସନ୍ଧାନକାରୀ ସାମ୍ବାଦିକତାକୁ ଅଗକୁ ବଢ଼ିବା ପାଇଁ ଉତ୍ସାହିତ କରେ।


ସହିପରି ଦିମିତ୍ରି ମୁରାଟୋଭ ଦିର୍ଘ ଦଶନ୍ଧି ହେଲାଣି ରୁଷର ଚ୍ୟାଲେଞ୍ଜିଂ ପରିବେଶର ମଧ୍ୟ ବାକ୍‌ ସ୍ୱାଧୀନତା ସପକ୍ଷରେ ଲଢ଼େଇ କରି ଚାଲିଛନ୍ତି। ୧୯୯୩ ମସିହାରେ ସେ ନିରପେକ୍ଷ ଖବର ପ୍ରସାରଣ କରୁଥିବା ନୋଭାଜା ଗାଜେଟା ଖବର କାଗଜର ପ୍ରତିଷ୍ଠା କରିଥିଲେ। ଏହି ଖବର କାଗଜ ପ୍ରତିଷ୍ଠା ହେବା ପରଠାରୁ ବିଭିନ୍ନ ସମୟରେ ଏହାର ୬ ଜଣ ସାମ୍ବାଦିକ ହତ୍ୟାର ଶିକାର ହୋଇଥିଲେ। ତଥାପି ଖବର କାଗଜ ତା’ର ବୃତ୍ତିରେ କୌଣସି ପ୍ରକାରର ବୁଝାମଣା କରିନାହିଁ। ସବୁବେଳେ ନୋଭାଜା ଗାଜେଟା ଲୋକଙ୍କ ସ୍ୱରକୁ ହିଁ ଗୁରୁତ୍ୱ ଦେଇଛି।

Leave a comment