ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଗୁଲ୍‌ କ୍ରୋମ୍‌ରେ ତ୍ରୁଟି; ସତର୍କ ରହିବାକୁ ୟୁଜର୍ସଙ୍କୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଗୁଗୁଲ୍‌ କ୍ରୋମ ହେଉଛି ବର୍ତ୍ତମାନ ସମୟରେ ଦୁନିଆର ସବୁଠାରୁ ଲୋକପ୍ରିୟ ଓ୍ବେବ-ବ୍ରାଉଜର। ମୋବାଇଲ୍‌, ଲାପଟପ କିମ୍ବା କମ୍ପ୍ୟୁଟରରେ ବ୍ରାଉଜିଂ ପାଇଁ ପ୍ରାୟ ଅଧିକାଂଶ ୟୁଜର୍ସ ଗୁଗ୍‌ଲ କ୍ରୋମ ବ୍ୟବହାର କରିଥାନ୍ତି। ଅପରପକ୍ଷେ ଗୁଗୁଲ୍‌ କ୍ରୋମ୍‌ରେ ତ୍ରୁଟି ପାଇଁ ଗୁଗ୍‌ଲ କ୍ରୋମ୍‌ର ୟୁଜର୍ସଙ୍କୁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି। ଆଇଟି ମନ୍ତ୍ରାଳୟର ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌(ସିଇଆର୍‌ଟି-ଇନ୍‌)ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଗୁଗ୍‌ଲ କ୍ରୋମରେ କିଛି ତ୍ରୁଟି ଦେଖିବାକୁ ମିଳିଛି, ଯେଉଁ କାରଣରୁ ହ୍ୟାକମାନେ ଏହାର ଫାଇଦା ଉଠାଇ ସହଜରେ କମ୍ପ୍ୟୁଟରଗୁଡିକୁ ହ୍ୟାକ୍‌ କରିପାରିବେ। ଏହି ଚେତାବନୀ କେବଳ ଡେକ୍ସଟପ୍‌ ୟୁଜର୍ସଙ୍କ ପାଇଁ ଜାରି କରାଯାଇଛି। ସିଇଆର୍‌ଟି-ଇନ୍‌ ପୂର୍ବରୁ ଆପଲ ଆଇଓଏସ, ଆପଲ ଆଇପ୍ୟାଡ ଏବଂ ମାକୋସରେ ତ୍ରୁଟି ବିଷୟରେ ଚେତାବନୀ ଦେଇଥିଲା। ହ୍ୟାକିଂକୁ ଏଡାଇବା ପାଇଁ ୟୁଜର୍ସମାନେ ପ୍ରଥମେ ସେମାନଙ୍କର ଗୁଗ୍‌ଲ କ୍ରୋମ୍‌ର ଲାଟେଷ୍ଟ ଭର୍ସନ ଅପଡେଟ୍‌ କରିବା ଆବଶ୍ୟକ। ଆହୁରି ମଧ୍ୟ ୟୁଜରମାନେ କୌଣସି ଅଜ୍ଞାତ ଲିଙ୍କ୍‌ରେ କ୍ଲିକ୍‌ କରିବା ଏବଂ ଅଜ୍ଞାତ ଭିଜିଟ କରିବାଠାରୁ ଦୂରେଇ ରହିବା ଉଚିତ।

Leave A Reply

Your email address will not be published.