ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମପୁର ବ୍ୟାଟେଲ : ସତ୍ୟଭୂଷଣ ସାହୁ ହେଲେ କଂଗ୍ରେସର ଯୋଦ୍ଧା

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ଲାଗି କଂଗ୍ରେସର ତାର ପ୍ରାର୍ଥୀ ଘୋଷଣା କରିଛି। ସତ୍ୟଭୂଷଣ ସାହୁ କଂଗ୍ରେସର ପଦ୍ମପୁର ଉପନିର୍ବାଚନ ଲାଗି ପ୍ରାର୍ଥୀ ହୋଇଛନ୍ତି। ସତ୍ୟଭୂଷଣ ସାହୁଙ୍କ ନାମରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖାଡଗେ। ସତ୍ୟଭୂଷଣ ସାହୁ କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ। ସେ ପଦ୍ମପୁର ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଥିଲେ। ୧୯୮୦ରେ ସତ୍ୟଭୂଷଣ ସାହୁ କଂଗ୍ରେସ ଟିକେଟ୍‌ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ ସେ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ବିଜୟ ହୋଇଥିଲେ। ତା’ପରେ ସେ ୨୦୦୪ରେ ତୃତୀୟ ଥର ପାଇଁ ଏହି ଆସନରୁ ଜିତିଥିଲେ।

ତେବେ ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ପୂର୍ବରୁ ମଧ୍ୟ କଂଗ୍ରେସର ଦୁଇ ବିଧାୟକ ସୁର ରାଉତରାୟ ଏବଂ ତାରା ବାହିନୀ ପତି କହିସାରିଥିଲେ। ସେମାନେ ମଧ୍ୟ କହିଥିଲେ ଯେ ପଦ୍ମପୁର ଉପନିର୍ବାଚନ ଲାଗି ସତ୍ୟଭୂଷଣ ସାହୁ କଂଗ୍ରେସର ଉପଯୁକ୍ତ ପ୍ରାର୍ଥୀ। ସତ୍ୟଭୂଷଣ ସାହୁଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ସ୍ଥିର କରିଛି। କେବଳ ଘୋଷଣା ବାକି ଅଛି।

ଅନ୍ୟପଟେ ପଦ୍ମପୁର ଉପନିର୍ବାଚନ ଲାଗି  ବିଜେପି ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ ଶାସକ ଦଳ ବିଜେଡି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। କିନ୍ତୁ ଖୁବ୍‌ ଶିଘ୍ର ବିଜେଡି ତାର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରଠାରୁ ପଦ୍ମପୁର ବିଧାନସଭା ଆସନଟି ଖାଲି ପଡ଼ିଛି।

Leave A Reply

Your email address will not be published.