ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୭- ୦୨ -୨୦୨୪ )

ମେଷ: ବ୍ୟବସାୟରୁ ସଫଳତା ମିଳିବ। ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ସନ୍ତାନଙ୍କ ପ୍ରଗତିରେ ଅଭିଭାବକ ଖୁସି ହେବେ। ସକାରାତ୍ମକ ଦୃଷ୍ଟିରୁ ଦିନଟି ଭଲ।

ବୃଷ: ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ଅଟକି ପଡ଼ିଥିବା କାର୍ଯ୍ୟ ପୂରା ହେବ। ଦୂରଯାତ୍ରାରୁ ଲାଭ ମିଳିବ। ଆଜିର ପ୍ରେମ ବ୍ୟାପାରରେ ଦିନଟି ବହୁତ ଭଲ। ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

ମିଥୁନ: କୌଣସି କ୍ଷେତ୍ରରୁ ଆଘାତ ପାଇପାରନ୍ତି। ପ୍ରତିକୂଳ ପରିସ୍ଥିତିରେ ଆଦୌ ଭୟ କରନ୍ତୁନି। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।

ସିଂହ: ଶତ୍ରୁଙ୍କୁ ଦୁର୍ବଳ ମନେ କରନ୍ତୁନି। ଅଟକି ଥିବା କାର୍ଯ୍ୟ ସମାପନ ହେବ। ପ୍ରେମିକ ପ୍ରେମିକାଙ୍କ ମିଳନ ଯୋଗ ରହିଛି। ବ୍ୟବସାୟ ଦୃଷ୍ଟିରୁ ଦିନଟି ବହୁତ ଭଲ। ମହିଳାମାନେ ଘରକାର୍ଯ୍ୟରେ ବ୍ୟସ୍ତ ରହିବେ।

ଏଥିସହିତ ପଢ଼ନ୍ତୁ

କର୍କଟ:ଜୀବନସାଥୀଙ୍କ ସାନ୍ନିଧ୍ୟ ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ପରିବାରବର୍ଗଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବିଦ୍ୟାର୍ଥୀମାନେ ଖେଳମନସ୍କ ହେବେ। ପ୍ରଭୁ ମହାଦେବଙ୍କ ଆରାଧନା କରନ୍ତୁ।

କନ୍ୟା: ଭାବନା ଅନୁସାରେ ନିଷ୍ପତ୍ତି ନେବା ଠିକ୍‌ ନୁହେଁ। ଅଧିକ କ୍ଷତି ସହିପାରନ୍ତି। ଗୁରୁଜନଙ୍କ ପରାମର୍ଶ ନେଇ ନୂତନ କାର୍ଯ୍ୟରେ ଯୋଗ ଦିଅନ୍ତୁ। ପିଲାମାନେ ଖେଳକୁଦରେ ସମୟ ବିତାଇବେ।

ତୁଳା: ଭୂମି, ଯାନବାହନ କିଣିବାର ଅଧିକ ସମ୍ଭାବନା ରହିଛି। ଅଭିଭାବକମାନେ ସନ୍ତାନଙ୍କ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ପ୍ରତିକୂଳ ପରିସ୍ଥିତିରେ ଧୈର୍ଯ୍ୟହରା ହୁଅନ୍ତୁନି। ବନ୍ଧୁ ଯୋଗ ରହିଛି।

ବିଛା: ବ୍ୟାପାରିକ ଦିଗରୁ ଦିନଟି ଭଲ। ସ୍ବାସ୍ଥ୍ୟ ଭଲ ରହିବ। ସନ୍ତାନଙ୍କ ଖୁସିରେ ଖୁସି ହେବେ। ଅଚାନକ ଖୁସି ଖବର ପାଇପାରନ୍ତି। ଉଧାର ଦେଇପାରନ୍ତି। ମହିଳାମାନଙ୍କୁ ମୁଖ୍ୟ ଦାୟିତ୍ବ ମିଳିବ।

ଧନୁ: ସୃଜନାଶୀଳତା ବୃଦ୍ଧି ପାଇବ। ଅଧିକ ଖର୍ଚ୍ଚାନ୍ତ ହେବେ। ସ୍ବାସ୍ଥ୍ୟ ବହୁତ ଭଲ ରହିବ। ପ୍ରେମ ବ୍ୟାପାରରେ ସଫଳ ହେବେ। ଆଜି ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ପାଇପାରନ୍ତି।

ମକର: ଆପଣଙ୍କ ପ୍ରତିଭା ପ୍ରସ୍ଫୁଟିତ ହେବ। ସରକାରୀ ଚାକିରିଆଙ୍କ ପାଇଁ ଆଜି ଦିନଟି ବହୁତ ଭଲ। ବନ୍ଧୁଙ୍କ ସହିତ ମନୋରଞ୍ଜନ କରିବେ। ଦିନଟି ବେଶ୍‌ ହସଖୁସିରେ ବିତିବ।

କୁମ୍ଭ: ଅଚାନକ ଆପଣଙ୍କ ମନ ଭିତରେ ପରିବର୍ତ୍ତନ ଆସିବ। ଆର୍ଥିକ ସମସ୍ୟା ରହିବନି। ଅନ୍ୟକୁ ଉଧାର ଦେଇ ଠକିପାରନ୍ତି। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ଭଗବାନଙ୍କ ପୂଜାର୍ଚ୍ଚନା କରନ୍ତୁ।

ମୀନ: ଜମି କିଣାବିକା ଯୋଗ ରହିଛି। ଅନ୍ୟମାନଙ୍କୁ ସାହାଯ୍ୟ କରି ଉଦାହରଣ ସୃଷ୍ଟି କରିବେ। ଅଧିକ ଲାଭ ପାଇବା ଆଶାରେ ଭୁଲ୍‌ କରନ୍ତୁନି। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।

Leave A Reply

Your email address will not be published.