ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତ ବିରୋଧୀଙ୍କ ଗଡ଼ ପାଲଟିଛି କାନାଡ଼ା-ଆମେରିକା, ୧୭ ଦେଶରେ ଲୁଚିଛନ୍ତି ୩୪ ମୋଷ୍ଟ ୱାଣ୍ଟେଡ୍‌

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ ଅପରାଧି ତାଲିକାରେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ ଶୀର୍ଷରେ ରହିଛି। ଏହି ଆତଙ୍କବାଦୀ ୧୯୮୬ରୁ ଫେରାର ଅଛି। ସେ ଏବେ ପାକିସ୍ତାନରେ ଥିବା ନେଇ ଚର୍ଚ୍ଚା ହେଉଛି। ଏଠାରୁ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଛି। ଏବେ ସୁଦ୍ଧା ଭାରତର ୩୪ ମୋଣ୍ଟ ୱାଣ୍ଟେଡ ଆତଙ୍କବାଦୀ ବିଦେଶକୁ ଫେରାର ହୋଇଯାଇଛନ୍ତି। ଏହି ତାଲିକାରେ ଦାଉଦଠାରୁ ନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଗୋଲ୍ଡି ବ୍ରାର ପର୍ଯ୍ୟନ୍ତ ସାମିଲ ଅଛନ୍ତି। ଏମାନେ ୧୭ ଦେଶରେ ଲୁଚି ବସିଛନ୍ତି। ସେଠାରୁ ଭାରତ ବିରୋଧୀ କାର୍ଯ୍ୟକଳାପ ଚଳାଇଛନ୍ତି। ଦେଶରୁ ପଳାଇ ବିଦେଶରେ କଳା ସାମ୍ରାଜ୍ୟ ବଢ଼ାଇବାର ଧାରା ଦାଉଦର ଡି କମ୍ପାନୀଠାରୁ ଆରମ୍ଭ ହୋଇଥିଲା। ଏହି ମୋଷ୍ଟ ୱାଣ୍ଟେଡ଼ ଆତଙ୍କବାଦୀ ହତ୍ୟା, ବଟି ଆଦାୟ, ଟାର୍ଗେଟ ହତ୍ୟା, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ, ଆତଙ୍କବାଦକୁ ପାଣ୍ଠି ଯୋଗାଣ, ନିଶା ଚୋରାଚାଲାଣ ଆଦି ଅପରାଧରେ ସାମିଲ ରହିଛନ୍ତି। ଏହି ଅପରାଧିଙ୍କୁ ଭାରତ ଆଣିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଇଣ୍ଟରପୋଲର ସହାୟତା ନେଉଛି। ସମସ୍ତଙ୍କ ନାମରେ ମୋଟା ଅଙ୍କର ପୁରସ୍କାର ରାଶି ଘୋଷଣା ସହିତ ରେଡ୍‌ କର୍ଣ୍ଣର ନୋଟିସ ଜାରି କରାଯାଇଛି। ଏହି ଅପରାଧୀଙ୍କ ପ୍ରତ୍ୟର୍ପଣ ପାଇଁ ବିଦେଶ ମନ୍ତ୍ରାଳୟ ବିଭିନ୍ନ ଦେଶ ସହ ପ୍ରତ୍ୟର୍ପଣ ଆବେଦନ କରିଛି। ଏହା ସତ୍ତ୍ବେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଭାରତୀୟ ଯାଞ୍ଚ ଏଜେନ୍ସି ସହିତ ସେଠାକାର ଯାଞ୍ଚ ଏଜେନ୍ସିଙ୍କୁ ଚକ୍‌ମା ଦେଇ ସ୍ଥାନ ପରିବର୍ତ୍ତନ କରିବାରେ ଲାଗିଛନ୍ତି।

ଦାଉଦ ଶେଖ୍‌ ଇବ୍ରାହିମ କାଶକର ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ମାମଲାର ୱାଣ୍ଟେଡ ଅଛି। ସେ ପାକିସ୍ତାନରେ ରହୁଛି। ସେଠାକାର ସରକାର ମଧ୍ୟ ଏହି ଆତଙ୍କବାଦୀକୁ ସୁରକ୍ଷା ଦେଉଛନ୍ତି। ଏହା ପାଖରେ ଦୁବାଇର ତିନୋଟି, ପାକିସ୍ତାନର ୪ଟି ଏବଂ ଡୋମିନିକାର ଗୋଟିଏ ପାସପୋର୍ଟ ରହିଛି। ସେହିପରି ଗୋଲ୍ଡି ବ୍ରାର ଆତଙ୍କବାଦୀ ସଂଗଠନ ବବ୍ବର ଖାଲସା ସହ ଜଡ଼ିତ। ସେ ଆମେରିକାରେ ଅଛି। ସେ ଲରେନ୍ସ ବିଷ୍ଣୋଇ ମାଧ୍ୟମରେ ପଞ୍ଜାବୀ ଗୀତିକାର ସିଦ୍ଧୁ ମୁସେୱାଲାକୁ ହତ୍ୟା କରାଇଥିଲା। ଗୋଲ୍ଡିର ଡାହାଣ ହାତ ତଥା ମୋଷ୍ଟ ୱାଣ୍ଟେଡ ହରଜୋତ ସିଂହ ଗିଲ୍‌ ମଧ୍ୟ ଆମେରିକାରେ ଅଛି। ଏହା ବ୍ୟତୀତ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ କାନାଡ଼ା ଏବଂ ଆମେରିକାର ଦ୍ବେତ ନାଗରିକତା ମିଳିଛି। ସେ ଏହି ଦୁଇ ଦେଶରୁ ରହି ଭାରତକୁ ଧମକ ଦେବାରେ ଲାଗିଛି। ସେ ଖଲିସ୍ତାନୀ କାର୍ଯ୍ୟକଳାପ ସହିତ ଆତଙ୍କବାଦକୁ ପାଣ୍ଠି ଯୋଗାଣ, ଟାର୍ଗେଟ ହତ୍ୟା ଆଦିରେ ସମ୍ପୃକ୍ତ ରହିଛି।

ଭାରତର ଏହି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ପାକିସ୍ତାନ, ଆମେରିକା, କାନାଡ଼ା ବ୍ୟତୀତ ଅଷ୍ଟ୍ରେଲିଆ, ଅଜରବୈଜାନ, ଜର୍ମାନୀ, ଇଣ୍ଡୋନେସିଆ, ବ୍ରିଟେନ ଏବଂ ୟୁଏଇ ଭଳି ଦେଶରେ ଶରଣ ନେଇଛନ୍ତି। ସର୍ବାଧିକ ୧୧ ମୋଷ୍ଟ ୱାଣ୍ଟେଡ କାନାଡ଼ାରେ ରହିଛନ୍ତି। ଏମାନଙ୍କ ମଧ୍ୟରେ ପନ୍ନୁ, ଲରେନ୍ସର ସାର୍ପ ସୁଟର ସତବିନ୍ଦର ସାମିଲ ରହିଛି। ସେହିପରି ଦ୍ବିତୀୟ ସ୍ଥାନରେ ଆମେରିକା ରହିଛି। ଏଠାରେ ଗୋଲ୍ଡି, ହରଜୋତ, ପନ୍ନୁ, ଦରନ କହଲୋ, ଅନମୋଲ ବିଷ୍ଣୋଇ ଏବଂ ଅମୁତ ବଲ ଲୁଚି ରହିଛି। ଏହି ସବୁ ଅପରାଧୀ ବାରମ୍ବାର ନିଜ ଠିକଣା, ଫୋନ ନଂ ବଦଳାଉଛନ୍ତି। ଗୋଲ୍ଡିନ ଦିନକୁ ୪ରୁ ୫ ଥର, ପନ୍ନୁ ୩ରୁ ୪ ଥର ସ୍ଥାନ ବଦଳାଉଛି।

Leave A Reply

Your email address will not be published.