ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୦୮–୧୦–୨୦୨୨ )

ମେଷ: ନୂତନ ସୁଯୋଗର ଅଧିକାରୀ ହେବେ। ବ୍ୟବସାୟରେ ଲାଭ ପାଇବା ପାଇଁ ଖୁବ୍‌ ପରିଶ୍ରମୀ ହେବେ। ପାରିବାରିକ ଜୀବନରେ ବ୍ୟାଘାତ ଏବଂ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଆପଣଙ୍କୁ ଚାପରେ ରଖିପାରେ ।

ବୃଷ: ଚିନ୍ତା କରିଥିବା କଥା ସାକାର ହେବେ। ଅକସ୍ମାତ୍‌ ଧନଲାଭ ଯୋଗ ରହିଛି। ମନରେ ସକାରାତ୍ମକ ଭାବନା ରଖିବେ। ପାରିବାରିକ ସମ୍ପର୍କରେ ନିବିଡ଼ତା ବୃଦ୍ଧି ପାଇବ।

ମିଥୁନ: ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। କର୍ମକ୍ଷେତ୍ରରେ ନିଆରା କାର୍ଯ୍ୟ କରି ପ୍ରଶଂସିତ ହେବେ। ମନର ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟରେ ଲିପ୍ତ ରହିବେ। ଛାତ୍ରଛାତ୍ରୀମାନେ କ୍ୟାରିୟର ପାଇଁ ଚିନ୍ତିତ ରହିପାରନ୍ତି।

କର୍କଟ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗାଯୋଗ ଲାଭଦାୟକ ହେବ । ବ୍ୟବସାୟ କ୍ଷେତ୍ରରେ ବହୁତ ଭଲ ଫଳ ପାଇବେ। ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ହେବ।

ଏଥିସହିତ ପଢ଼ନ୍ତୁ

ସିଂହ: ସମ୍ପତ୍ତି କିମ୍ବା ଯାନର କ୍ରୟ ବିକ୍ରୟ ସମ୍ଭବ । କର୍ମକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଅବିବାହିତମାନେ ବିବାହ କରିବାକୁ ନିଷ୍ପତ୍ତି ନେଇପାରନ୍ତି।

କନ୍ୟା: ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରନ୍ତୁ। ସହକର୍ମୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ। ନିଜର ମଧୁର ବ୍ୟବହାର ପାଇଁ ଲୋକପ୍ରିୟତା ହାସଲ କରିବେ। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ।

ତୁଳା: ଜୀବନ ସାଥୀଙ୍କ ଠାରୁ ଉଚିତ ପରାମର୍ଶ ପାଇବେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉପୁଜିପାରେ। ଅଯଥା କଥାରେ ମୁଣ୍ଡ ନ ପୂରାଇ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।

ବିଛା: ଜରୁରୀ କାର୍ଯ୍ୟରେ ସାଙ୍ଗସାଥୀଙ୍କ ସାହାଯ୍ୟ ଲୋଡ଼ିବେ। ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ରହିବେ। ମନୋରଞ୍ଜନରେ ସମୟ ଅତିବାହିତ କରିବେ। ସ୍ବାଧୀନ ଭାବରେ କାର୍ଯ୍ୟ କରି ସଫଳତା ପାଇବେ।

ଧନୁ: ଅନୁଭବୀ ବ୍ୟକ୍ତିଙ୍କ ସହ ମିଳାମିଶା ବଢ଼ିବ। ପରିବାରବର୍ଗଙ୍କ ସହ ନିବିଡ଼ତା ବୃଦ୍ଧି ପାଇବ। ମାନସିକ ସ୍ତରରେ ଆପଣ ବହୁତ ହାଲୁକା ଅନୁଭବ କରିବେ। ସରକାରୀ କାର୍ଯ୍ୟରେ ସଫଳତା ପାଇପାରନ୍ତି।

ମକର: ପରିବାରରେ ସୁଖସମୃଦ୍ଧି ପାପ୍ତ କରିବେ। ଏକ ନୂତନ ଆରମ୍ଭ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ପ୍ରିତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ।

କୁମ୍ଭ: ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ଦେଖାଇବେ । ରାଜନୀତି କ୍ଷେତ୍ର ସହିତ ଜଡ଼ିତ ଲୋକମାନେ ସଫଳତା ପାଇବେ । ପରିବାରରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମୀନ: ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ। ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରେ। ଆର୍ଥିକକ୍ଷେତ୍ରରେ ସୁଦୃଢ଼ ରହିବ। ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି।

Leave A Reply

Your email address will not be published.