ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରେଳବାଇ ନିଯୁକ୍ତି ଦୁର୍ନୀତି ଘଟଣା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଓ ପରିବାର ସଦସ୍ୟଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ପୁଣି ଥରେ ଅଡୁଆରେ ପଡିଛନ୍ତି। ରେଳବାଇ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ସିବିଆଇ ଆଜି ଚାର୍ଜସିଟ୍ ଦାଖଲ କାରିଛି। ଚାର୍ଜଶିଟରେ ୧୬ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ସିବିଆଇ ପ୍ରସାଦଙ୍କ ପତ୍ନୀ ରାବ୍ରି ଦେବୀ, ମିସା ଭାରତୀ ଏବଂ ଅନ୍ୟ ୧୩ ଜଣଙ୍କୁ ନିକଟରେ ଏକ ଅଭିଯୁକ୍ତ ଭାବେ ଦର୍ଶାଇଛି ।

ଏହି ମାମଲାରେ ଗତ ମାସରେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ବିଶେଷକରି ଆରଜେଡି ନେତାମାନଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା । ଆରଜେଡିର ବହୁ ବରିଷ୍ଠ ନେତାଙ୍କ ସମେତ ଏମଏଲସି ସୁନୀଲ ସିଂ, ରାଜ୍ୟସଭା ସାଂସଦ ଆଶଫାକ କରିମ ଏବଂ ଫାୟାଜ ଅହମ୍ମଦ ଏବଂ ପୂର୍ବତନ ଏମଏଲସି ସୁବୋଧ ରାୟଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା ।

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ଶାସନ ସମୟରେ ରେଳମନ୍ତ୍ରୀ ରହିଥିଲେ। ଲାଲୁଙ୍କ ମନ୍ତ୍ରିତ୍ୱ ସମୟରେ ରେଳବାଇ ନିଯୁକ୍ତିରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା।ରେଳବାଇ ଚାକିରି ନାଁରେ ଲାଲୁ ଆଣ୍ଡ କୋ ପ୍ରାର୍ଥୀଙ୍କ ଠାରୁ ଜମି ନେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସିବିଆଇ ଚଳିତ ବର୍ଷ ମେ’ ୧୮ ତାରିଖରେ ଲାଲୁ, ରାବ୍ରୀ ଦେବୀ, ଦୁଇ ଝିଅ ମିଶା ଭାରତୀ ଓ ହେମା ଯାଦବଙ୍କ ବ୍ୟତୀତ ଚାକିରି ପାଇଥିବା ୧୨ ଜଣଙ୍କ ନାଁରେ ଏଫଆଇଆର କରିଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅଭିଯୁକ୍ତ ଏବେ ଜାମିନରେ ଅଛନ୍ତି।

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କ୍ଷମତାରେ ଥିବା ୟୁପିଏ-୧ ସରକାରରେ ଲାଲୁ ରେଳମନ୍ତ୍ରୀ ଥିଲେ । ଏହି ସମୟରେ ରେଳବାଇରେ ଚାକିରି ପାଇଁ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିଲା । ପ୍ରାର୍ଥୀମାନଙ୍କଠାରୁ ଜମି ବଦଳରେ ଚାକିରି ଦିଆଯାଉଥିଲା । ଲାଲୁଙ୍କ ପରିବାର, କେତେକ ଆରଜେଡି ନେତା ଏହି ଦୁର୍ନୀତିରେ ସଂପୃକ୍ତ ବୋଲି ଅଭିଯୋଗ ଉଠିବା ପରେ ମାମଲା ସିବିଆଇ ନିକଟକୁ ଯାଇଥିଲା । କିନ୍ତୁ ଆରଜେଡି ଏହାକୁ ଅସ୍ବୀକାର କରୁଛି ।

Leave A Reply

Your email address will not be published.