ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଦାହରଣ ସାଜିଲେ ସନ୍ତୋଷ, ଜମି କିଣି ତିଆରିକଲେ ସର୍ବସାଧାରଣ ରାସ୍ତା

ଭଦ୍ରକ: ଯାତାୟାତ ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାରେ ସମ୍ମୁଖୀନ ହେଉଥିଲେ। ସଂକୀର୍ଣ୍ଣ ହିଡରାସ୍ତାରେ ଆଣ୍ଠୁଏ ପାଣିରେ ଲୋକେ ଯାତାୟତ କରିବାକୁ ବାଧ୍ୟ ହେଉଥିଲେ। ବହୁବାର ବ୍ଲକ ପ୍ରଶାସନ ଠୁଁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି ଦୀକ୍ଷୀତ ସାହି ଲୋକଙ୍କୁ ଯାତାୟତ ସୁବିଧା କେହି ଯୋଗାଈ ପାରିନଥିଲେ। ତେବେ ନିଜ ଜମିରେ ସାଧାରଣ ଲୋକଙ୍କ ପାଇଁ ରାସ୍ତା ନିର୍ମାଣ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଦୀକ୍ଷିତ ସାହିର ସନ୍ତୋଷ ଦୀକ୍ଷିତ। ସାଧାରଣ ଲୋକଙ୍କ ପାଇଁ ନିଜ ଜମିରେ ରାସ୍ତା ନିର୍ମାଣ କରିଛନ୍ତି ସନ୍ତୋଷ। ଦୀର୍ଘ ଦିନ ହେବ ଭଲ ରାସ୍ତା ନଥିବାରୁ ଏଠାରେ ଯିବା ଆସିବା କରିବା ପାଇଁ ଲୋକମାନେ ହନ୍ତସନ୍ତ ହେଉଥିଲେ। ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସମାଧାନ ହେଲାନି। ଏହା ପରେ ସନ୍ତୋଷ ଗାଁ ଲୋକଙ୍କ ଦୁଃଖ ଦୂର କରିବା ପାଇଁ ନିଜ ଜମିରେ ରାସ୍ତା ନିର୍ମାଣ କରିବା ପାଇଁ ଚିନ୍ତା କଲେ। ଗାଁ ଲୋକଙ୍କ ସହଯୋଗରେ ସନ୍ତୋଷ ନିଜ ଜମିରେ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ରାସ୍ତା କାମ ସରିଯିବା ପରେ ସେହି ରାସ୍ତାକୁ ଗାଁ ଲୋକଙ୍କ ନାଁରେ କରିଦେବେ ବୋଲି କହିଛନ୍ତି ସନ୍ତୋଷ। ଏହି ରାସ୍ତା ନିର୍ମାଣ ହେବା ଫଳରେ ଦୀକ୍ଷିତସାହି ବାସିନ୍ଦା ଲାଭବାନ ହେବେ ସନ୍ତୋଷ କହିଛନ୍ତି। ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡେ ନଥିଲା ଏକ ବେସରକାରୀ ଜାଗାରେ ଲୋକେ ଯିବା ଆସିବା କରୁଥିଲେ। ହେଲେ ଜନୈକ ବ୍ୟକ୍ତି ସେ ବାଟ ବନ୍ଦ କରିଦେଲେ। ତେଣୁ ପାଖରେ ଥିବା ଏକ ଘରୋଇ ଜମି କିଣି ମୁଁ ରାସ୍ତା କଲି ବୋଲି ସନ୍ତୋଷ କହିଛନ୍ତି। ସନ୍ତୋଷଙ୍କର ଏହି ବଦାନ୍ୟତାକୁ ଗ୍ରାମବାସୀ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.