ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରେଳବାଇ ନେଇପାରେ ନୂଆ ପଦକ୍ଷେପ; ରାତିରେ ଟ୍ରେନରେ ଚାର୍ଜ କରିହେବନି ମୋବାଇଲ୍, ଲାପ୍‌ଟପ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଖୁବ୍ ଶୀଘ୍ର ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛି। ରେଳବାଇ ଗ୍ରହଣ କରିବାକୁ ଥିବା ଏହି ନିଷ୍ପତ୍ତିରେ କୋଟି କୋଟି ସଂଖ୍ୟାରେ ରେଳଯାତ୍ରୀଙ୍କୁ ଜୋରଦାର ଝଟକା ଲାଗିପାରେ। ଏଥିରେ ରାତ୍ରି ସମୟରେ ରେଳଯାତ୍ରୀଙ୍କୁ ଆଉ ମୋବାଇଲ ଓ ଲାପ୍‌ଟପ୍ ଚାର୍ଜିଂ କରିବାକୁ ଅନୁମତି ମିଳି ନ ପାରେ। କିଛି ଟ୍ରେନରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିବା ପରେ ରେଳବାଇ ଏହି ପଦକ୍ଷେପ ନେବାକୁ ଯାଉଥିବା ଜଣାପଡିଛି। ଏ ସମ୍ପର୍କରେ ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାତ୍ରି ସମୟରେ ଟ୍ରେନଗୁଡିକରେ ମୋବାଇଲ ଚାର୍ଜ କରିବାର ସୁବିଧା ବନ୍ଦ କରିବା ନିଷ୍ପତ୍ତିକୁ ସତର୍କତାମୂଳକ ପଦକ୍ଷେପ କୁହାଯାଉଛି। ପଦକ୍ଷେପ ଅନୁଯାୟୀ, ଆଗକୁ ମୋବାଇଲ ଫୋନ ଏବଂ ଅନ୍ୟ ବୈଦ୍ୟୁତିକ ଉପକରଣକୁ ଚାର୍ଜ କରିବା ପାଇଁ ଉପଯୋଗ କରାଯାଉଥିବା ପଏଣ୍ଟଗୁଡିକୁ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଉଲ୍ଲେଖଯୋଗ୍ୟ, ଡେରାଡୁନ ଯାତ୍ରା କରୁଥିବା ଶତାବ୍ଦୀ ଏକ୍ସପ୍ରେସ୍‌ର ଏକ କୋଚ୍‌ରେ ମାର୍ଚ୍ଚ ୧୩ରେ ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଏହାର କିଛି ଦିନ ପରେ ପୁଣି ଥରେ ରାଞ୍ଚି  ଷ୍ଟେସନର ଏକ ମାଲବାହୀ ଗାଡିର ଇଞ୍ଜିନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସୁରକ୍ଷା ଉପାୟ ନେଇ ହୋଇଥିବା ବୈଠକ ପରେ ରେଳବାଇ ଦ୍ଵାରା ଜାରି ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ସୁରକ୍ଷା ରେଳବାଇର ପ୍ରଥମ ପ୍ରାଥମିକତା ଓ କୌଣସି ପରିସ୍ଥିତିରେ ବି ଏହାକୁ ଅଣଦେଖା କରାଯାଇ ପାରିବନାହିଁ।

Leave A Reply

Your email address will not be published.