ଦୀର୍ଘଦିନ ପରେ କିଭ୍‌ ଉପରେ ପୁଣି ଆକ୍ରମଣ କଲା ଋଷ ସେନା

କିଭ୍‌: ଦୀର୍ଘ ଦିନର ବ୍ଯବଧାନ ପରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ପୁଣି ଆକ୍ରମଣ କରିଛି ଋଷ ସେନା । ଘନଘନ ମିସାଇଲ ମାଡ଼ରେ ଥରିଉଠିଛି ସହର। ଶେଷଥର ପାଇଁ ଏପ୍ରିଲ ୨୮ରେ ଏହିଭଳି ମିସାଇଲ ଆକ୍ରମଣ କରିଥିଲେ ରୁଷ ସୈନ୍ୟ ।

ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ରାଜଧାନୀ ଉପରେ ଋଷ ପକ୍ଷରୁ ଆକ୍ରମଣ ହୋଇଥିଲା। ରୁଷ ସେନା ବିମାନରୁ ମିସାଇଲ ମାଡ଼ କରି ବ୍ୟାପକ ଭିତ୍ତିଭୂମି କ୍ଷତି ଘଟାଇଛନ୍ତି । ଏଥିରେ କେହି ପ୍ରାଣ ହରାଇ ନାହାନ୍ତି । ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଆକ୍ରମଣ ଯୋଗୁ ରାଜଧାନୀ ପୁଣି ଅଶାନ୍ତ ହୋଇପଡ଼ିଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏପ୍ରିଲ ୨୮ରେ କିଏଭ୍‌ ଗସ୍ତ କରିଥିଲେ । ତାହ ପରଠାରୁ ଏଭଳି ବଡ଼ଧରଣର ଆକ୍ରମଣ ହୋଇ ନ ଥିଲା ।

 

Leave a comment