ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଜିଟି ପଦବୀ ପୂରଣ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଖାଲିଥିବା ସ୍ନାତକୋତ୍ତର  ( ପିଜିଟି ) ପଦବୀଗୁଡିକ ପୂରଣ କରିବା ନିମନନ୍ତେ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି। ଇତି ମଧ୍ଯରେ ଓପିଏସସି ଦ୍ବାରା ୩୩୫ ଜଣ ପିଜିଟିଙ୍କୁ ନିଯୁକ୍ତ ପ୍ରଦାନ କରାଯାଇଛି। ଏଥି ମଧ୍ଯରେ ୧୪ଟ ବିଷୟରେ ୧୦୭ ଜଣ ପ୍ରାର୍ଥୀ ଓପିଏସି ଦ୍ବାରା ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ୭୧ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାାଯାଇଛି। ୩୬ ଜଣ ପଜିଟିଙ୍କର ନିଯୁକ୍ତି ବିଷୟକୁ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣା କରାଯାଇଛି। ଓପିଏସସି ଦ୍ବାରା ୨୨୮ ଜଣ ପିଜିଟିଙ୍କ ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟା ଜାରି ରହିଛି।

ଏତଦବ୍ୟତୀତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୬୭ଟି ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ୫୫୫ଟି ଖାଲିଥିବା ସ୍ନାତକୋତ୍ତର ଶିକ୍ଷକ ( ପିଜିଟି ) ପଦବୀ ପୂରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply

Your email address will not be published.