ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅପରିବର୍ତ୍ତିତ ରହିଲା ରେପା ରେଟ୍ ଓ ରିଭର୍ସ ରେପୋ ରେଟ୍‌

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଦ୍ବି-ମାସିକ ଆର୍ଥିକ ମୁଦ୍ରାନୀତି ସମୀକ୍ଷା ବୈଠକର ଚୂଡାନ୍ତ ଫଳାଫଳ ଆସିଛି। ବର୍ତ୍ତମାନ ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଏହାର ଏହି ମୁଦ୍ରାନୀତି ସମୀକ୍ଷା ସମୟରେ  ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍‌ ପରେ ଆର୍‌ବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା ହୋଇଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସ ଘୋଷଣା କରିଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କହିଛି ଯେ, ରେପୋ ରେଟ୍‌ ୪%ରେ ଏବଂ ରିଭର୍ସ ରେପୋ ରେଟ୍‌ ୩.୩୫%ରେ ଅପରିବର୍ତ୍ତିତ ରଖିବାକୁ ସ୍ଥିର କରାଯାଇଛି। ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ରେଟ୍‌ ଏବଂ ବ୍ୟାଙ୍କ ରେଟ୍‌ ୪,୨୫% ରହିବ। ସୁଧହାର ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରୀ ପଲିସି କମିଟି’ର ସର୍ବସମ୍ମତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ମୁତାବକ ଏହାକୁ ମିଶାଇ କ୍ରମାଗତ ୧୦ ଥର ଲାଗି ରେପୋ ରେଟ୍‌ ଅପରିବର୍ତ୍ତିତ ରହିଲାଣି।

ସୂଚନାଯୋଗ୍ୟ ଯେ, ଆରବିଆଇର ମୁଦ୍ରା ନୀତି କମିଟି (ଏମ୍‌ପିସି)ର ତିନି ଦିନିଆ ବୈଠକ ସୋମବାରଠାରୁ ଆରମ୍ଭ ହୋଇଥିଲା। ସମସ୍ତ ବିଚାର ବିମର୍ଶ ପରେ ଗୁରୁବାର ସୁଧହାର ନେଇ ଘୋଷଣା କରାଯାଇଛି।

Leave A Reply

Your email address will not be published.