ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ମାଉସୀ ମା’ ଘରକୁ ଆସିଛନ୍ତି । ଆଜି ସମସ୍ତ ନୀତିକାନ୍ତି ସରିବା ପରେ ତିନି ଠାକୁର ଆଡ଼ପ ମଣ୍ଡପ ବିଜେ କରିଛନ୍ତି । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ବିଜେ ହୋଇଛି । ଘୋଷଯାତ୍ରାରେ ଆସିଥିବା ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀକୁ ବିଜେ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋଟି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ମହାପ୍ରଭୁ । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ ନୀତି କାନ୍ତି ଅନୁଷ୍ଠିତ ହୋଇ ସନ୍ଧ୍ୟା ଧୂପ ନୀତି ଶେଷ ପରେ ଆଡପ ମଣ୍ଡପ ବିଜେ କାର୍ଯ୍ୟ ଆରମ୍ଭ ହୋଇଛି । ଗୋଟି ପହଣ୍ଡିରେ ଆଡପମଣ୍ଡପ ଯାତ୍ରା କରିବେ ବିଶ୍ୱନିୟନ୍ତା। ପ୍ରଥମେ ଚକ୍ରରାଜ ସୁଦର୍ଶନ ଆଡପବିଜେ କରିଛନ୍ତି। ପରେ ବଡଭାଇ ବଳଭଭଦ୍ର ଆଡ଼ପ ମଣ୍ଡପ ବିଜେ କରୁଛନ୍ତି। ଏହାପରେ ଭଉଣୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥ ଆଡପବିଜେ କରିବେ।

ଶୁକ୍ରବାରଠାରୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡପ ଅବଢ଼। ଏଥର ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରଥମଥର ପାଇଁ ଗର୍ଭଗୃହରେ ଏସି ଲାଗିଛି। ସେହିପରି ଠାକୁରଙ୍କ ପହଣ୍ଡି ରାସ୍ତାରେ ଖଣ୍ଡେଲାଇଟ୍‌‌ ପଥର ପକାଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ନବଦିନାତ୍ମକ ଯାତ୍ରାରେ ବାହାରି ବଡ଼ଦାଣ୍ଡରେ ଭଉଣୀ ସହ ଅଟକି ଥିଲେ କାଳିଆ ଠାକୁର। ବୁଧବାର ସକାଳେ ପୁନଶ୍ଚ ନନ୍ଦିଘୋଷ ଏବଂ ଦେବଦଳନ ରଥ ଟଣାଯାଇଥିଲା। ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଥିଲେ ତିନି ରଥ। ରଥାରୂଢ ଠାକୁରଙ୍କୁ ଦର୍ଶନ କରିଥିଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ଆଜି ଦିନବ୍ୟାପୀ ଭକ୍ତଙ୍କୁ ଦର୍ଶନ ଦେବା ପରେ ସନ୍ଧ୍ୟାରେ ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀ ତଥା ଆଡପ ମଣ୍ଡପକୁ ବିଜେ ଆରମ୍ଭ ହୋଇଛି।

Leave A Reply

Your email address will not be published.