ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇସ୍ତଫା ଦେଲେ ରାଜୀବ କୁମାର ; ସୁମନ ବେରୀ ‘ନିତି’ ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଡ. ରାଜୀବ କୁମାର ନିତି ଆୟୋଗର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ଏହି ପଦବୀରେ ପ୍ରାୟ ୫ ବର୍ଷ ରହିଥିଲେ। ଡକ୍ଟର କୁମାର ତାଙ୍କ ପଦରୁ ଇସ୍ତଫା ଦେବା ପରେ ଡ. ସୁମନ କେ ବେରୀଙ୍କୁ ନିତି ଆୟୋଗର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ରାଜୀବ କୁମାର ନିତି ଆୟୋଗର ଦ୍ୱିତୀୟ ଉପାଧ୍ୟକ୍ଷ ଥିଲେ। ୨୦୧୪ରେ ପ୍ରଥମ ଥର କ୍ଷମତାକୁ ଆସିବା ପରେ ମୋଦୀ ସରକାର ଯୋଜନା ଆୟୋଗର ନାମକୁ ନିତି ଆୟୋଗରେ ପରିବର୍ତ୍ତନ କରିଥିଲେ। ଏହା ପରେ ଅରବିନ୍ଦ ପାନଗାରିଆ ନିତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ହୋଇଥିଲେ। ଶ୍ରୀ କୁମାରଙ୍କ ଭଳି ଏହା ପୂର୍ବରୁ ପାନାଗରିଆ ମଧ୍ୟ ନିତି ଆୟୋଗର ଉପାଧ୍ୟକ୍ଷ ପଦରୁ ହଠାତ୍‌ ଇସ୍ତଫା ଦେଇଥିଲେ।

ପାନଗାରିଆ ଇସ୍ତଫା ଦେବା ପରେ ରାଜୀବ କୁମାର ୧ ସେପ୍ଟେମ୍ବର ୨୦୧୭ ରେ ଆୟୋଗର ଉପାଧ୍ୟକ୍ଷ ହୋଇଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ହେଉଛନ୍ତି ନିତି ଆୟୋଗର ଅଧ୍ୟକ୍ଷ। ଏହି ଆୟୋଗ ଦେଶ ପାଇଁ ପ୍ରମୁଖ ନୀତି ନିର୍ଣ୍ଣୟ କରିବା କ୍ଷେତ୍ରରେ କାର୍ଯ୍ୟ କରିଥାଏ। ଶ୍ରୀ କୁମାର ଏହା ପୂର୍ବରୁ ଫିକିର ସାଧାରଣ ସମ୍ପାଦକ ଥିଲେ। ୧୯୯୫ରୁ ୨୦୦୫ ପର୍ଯ୍ୟନ୍ତ ସେ ଏସୀୟ ବିକାଶ ବ୍ୟାଙ୍କ (ଏଡିବି)ର ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୯୨ ରୁ ୧୯୯୫ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ପରାମର୍ଶଦାତା ମଧ୍ୟ ରହିଥିଲେ। ୭୦ ବର୍ଷୀୟ ରାଜୀବ କୁମାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ଏବଂ ଅକ୍ସଫୋର୍ଡ ୟୁନିଭରସିଟିରୁ ଡି ଫିଲ୍ କରିଛନ୍ତି।

Leave A Reply

Your email address will not be published.