ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ କର୍ମଚାରୀଙ୍କ ଚଢାଉ: ମୃତ ବାରହା, କୁଟାରି ମାଂସ ଓ ବନ୍ଧୁକ ଜବତ

ଗୋପବନ୍ଧୁନଗର: ଡୁକୁରା ବଣ୍ୟ ପ୍ରାଣୀ ଅଞ୍ଚଳ ତଥା ଶିମମିଳିପାଳ ଅଭୟାରଣ୍ୟରୁ ଶିକାର କରାଯାଇଥିବା ଏକ ବାରହା, କୁଟାରୀ ମାଂସ ଓ ଦୁଇଟି ବନ୍ଧୁକ ଜବତ କରାଯାଇଛି। ଶିକାର କରାଯାଇଥିବା ବାରହାକୁ ବହଳଦା ନିକଟସ୍ଥ ଲମ୍ବାସାହିରୁ ଜବତ କରାଯାଇଥିଲା। ମୃତ ବାରହାର ଓଜନ ପ୍ରାୟ ୫୦ କେଜି ହେବ। ସନ୍ଧ୍ୟାରେ ସୂଚନା ପାଇ ବନ କର୍ମଚାରୀ ମାନେ ଚଢାଉ କରିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସେହିପରି ସାଞ୍ଜ କମ୍ପାର୍ଟମେଣ୍ଟ ୧୨ରୁ ଦୁଇ କେଜି କୁଟାରି ମାଂସ ଓ ଦୁଇ ଗୋଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ଉଭୟ ଘଟଣାରେ କେହି ଗିରଫ ହୋଇନାହାନ୍ତି। ଜବତ ହୋଇଥିବା ମୃତ ବାରହାକୁ ଡୁକୁରା ବଣ୍ୟ ପ୍ରାଣୀ କାର୍ଯ୍ୟାଳୟ ପରିସରରେ ରଖା ଯାଇଥିବା ବେଳେ ଆସନ୍ତା କାଲି ବ୍ୟବଚ୍ଛେଦ ହେବ ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.