ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ବିହାର: ଲାଲୁ ଯାଦବଙ୍କ ପରିବାର ଓ ଅନ୍ୟମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ବଦଳରେ ଚାକିରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଯାଦବ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସବୁ ସମ୍ପତ୍ତି ପାଟନା ଏବଂ ଗାଜିୟାବାଦରେ ଥିବା କୁହାଯାଉଛି । ଏହି କାର୍ଯ୍ୟାନୁଷ୍ଠାନ ଦିଲ୍ଲୀ ଇଡି କାର୍ଯ୍ୟାଳୟରୁ ହୋଇଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ୟୁପିଏ ସରକାରରେ ରେଳ ମନ୍ତ୍ରୀ ଥିବା ବେଳେ ଭୁଲ ମାର୍ଗରେ ଚାକିରି ଦେଇ ନିଜ ପରିବାର ସଦସ୍ୟଙ୍କ ନାଁରେ ଜମି ଏକାଠି କରିଥିବା ଅଭିଯୋଗ ରହିଛି । ଏହି ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନକୁ ଲାଲୁ ପରିବାର ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଲାଲୁଙ୍କ ବିରୋଧରେ ଇଡିର ଏହା ତୃତୀୟ କାର୍ଯ୍ୟାନୁଷ୍ଠାନ ।

ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ଦୁଇ ଥର ଲାଲୁ ଯାଦବ, ତାଙ୍କ ପୁଅ ତେଜସ୍ୱୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ଥିବା ସମ୍ପତ୍ତିକୁ ଜବତ କରାଯାଇଥିଲା ।

Leave A Reply

Your email address will not be published.