ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମକ୍‌ଡ୍ରିଲ୍ ନାଁରେ ଜଘନ୍ୟ କାଣ୍ଡ: ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ଅଛି କି ନାହିଁ ଜାଣିବା ପାଇଁ ବନ୍ଦ କରିଦେଲେ ଅକ୍ସିଜେନ୍ ସପ୍ଳାଇ, ଚାଲିଗଲା ୨୨ ଜୀବନ

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜଘନ୍ୟ କାଣ୍ଡ । ରୋଗୀଙ୍କ ନିକଟରେ ଅକ୍ସିଜେନର ଆବଶ୍ୟକତା ଜାଣିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସାଂଘାତିକ କାଣ୍ଡ । କେଉଁ ରୋଗୀ ବିନା ଅକ୍ସିଜେନ୍ ସପ୍ଳାଇରେ ବଞ୍ଚିପାରିବେ ଜାଣିବା ପାଇଁ ୫ ମିନିଟ ପାଇଁ ବନ୍ଦ କରିଦେଲେ ଅକ୍ସିଜେନ୍ ସପ୍ଳାଇ । ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ପାରସ୍ ହସ୍ପିଟାଲ କର୍ତ୍ତୃପକ୍ଷ ମକ୍‌ଡ୍ରିଲ୍ ନାଁରେ ଭିଆଇଛନ୍ତି ଏଭଳି ଅମାନବୀୟ କାଣ୍ଡ । ଆଉ ଏଥିଲାଗି ଚାଲିଗଲା ୨୨ ରୋଗୀଙ୍କ ଜୀବନ । । ହସ୍ପିଟାଲ ମାଲିକଙ୍କ ୧.୩୨ ସେକେଣ୍ଡ ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ଘଟଣା ଦିନ ଅର୍ଥାତ୍ ୨୬ ଏପ୍ରିଲରେ ହସ୍ପିଟାଲରେ ୯୬ ଜଣ କରୋନା ରୋଗୀ ଭର୍ତ୍ତି ହୋଇଥିଲେ । ଅକ୍ସିଜେନର ଘୋର ସଙ୍କଟ ଯୋଗୁ ରୋଗୀଙ୍କୁ ଅନ୍ୟତ୍ର ନେଇଯିବାକୁ ସମ୍ପର୍କୀୟଙ୍କୁ କୁହାଯାଇଥିଲା । ହେଲେ କେହି ଏଥିପାଇଁ ରାଜି ନହୋଇ ନଥିଲେ । ତେବେ ଅକ୍ସିଜେନ ଅଭାବରୁ କେତେଜଣ ରୋଗୀ ବଞ୍ଚିରହୁଛନ୍ତି ଅର୍ଥାତ କେଉଁ ମାନଙ୍କୁ ଅକ୍ସିଜେନର ଆବଶ୍ୟକତା ନାହିଁ ଜାଣିବା ପାଇଁ ସପ୍ଲାଇ ବନ୍ଦ କରିଦିଆଯାଇଥିଲା । ଫଳରେ କୋଭିଡ୍‌ ଓ ନନ୍ କୋଭିଡ୍ ଓ୍ବାର୍ଡରେ ଥିବା ୨୬ ଜଣ ରୋଗୀଙ୍କ ଶରୀର ନୀଳ ପଡ଼ିବା ଆରମ୍ଭ ହେବା ସହ ୫ ମିନିଟ୍‌ ଭିତରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା । ବଞ୍ଚି ଯାଇଥିବା ୭୪ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅକ୍ସିଜେନ ଆଣିବାକୁ କୁହାଯାଇଥିଲା ।

Leave A Reply

Your email address will not be published.