ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ଷଡ଼ଯନ୍ତ୍ରର ୩ ପ୍ରମାଣ

୧- ଜିନ୍ ପରିବର୍ତ୍ତନ ପାଇଁ ପଶୁପକ୍ଷୀଙ୍କୁ ଦିଆଯାଇଥିବା ଇଞ୍ଜେକ୍ସନରେ ବ୍ୟବହୃତ ସାମଗ୍ରୀ ଯୋଗୁଁ କରୋନା ଭାଇରସ ସୃଷ୍ଟି ହୋଇଛି: ବ୍ରିଟିଶ ସାମ୍ବାଦିକଙ୍କ ରିପୋର୍ଟ

୨- ଉହାନ୍‌ ଭୂତାଣୁବିଜ୍ଞାନୀ ସି ଝିଙ୍ଗଲୀ ‘ବ୍ୟଟ ୱିମ୍ୟାନ’ ନାମରେ ପରିଚିତ। ସେ ଲ୍ୟାବରେ କରୋନା ଭୂତାଣୁକୁ ପ୍ରସ୍ତୁତ କରିଥାଇପାରନ୍ତି: ଚୀନ ବିଶେଷଜ୍ଞ

୩- ଚୀନର ଅଧିକାଂଶ ବିପଜ୍ଜନକ ଲ୍ୟାବର ସୁରକ୍ଷା ଦାୟିତ୍ବରେ ସେନାକୁ ନିଯୁକ୍ତି କରାଯାଇଛି। ଲ୍ୟାବରେ ଦକ୍ଷ ସୈନିକ ପ୍ରସ୍ତୁତ ଏବଂ ଜୈବିକ ଅସ୍ତ୍ରଶସ୍ତ୍ର ଉପରେ ଗବେଷଣା ଚାଲିଛି : ରିପୋର୍ଟରେ ଦାବି

ଉହାନ: କରୋନା ଭୂତାଣୁ ଉତ୍ପତ୍ତିକୁ ନେଇ ସାରା ବିଶ୍ବର ଟାର୍ଗେଟରେ ରହିଛି ଚୀନ। ଏପରି ସମୟରେ ଉହାନ ସହର ବିଷୟରେ ପୁଣି ଏକ ଦାବି କରାଯାଇଛି। ଉହାନ ଲ୍ୟାବରେ ଜେନେଟିକ ଇଞ୍ଜିନିୟରିଂ ସାହାଯ୍ୟରେ ହଜାରେରୁ ଅଧିକ ପଶୁପକ୍ଷୀଙ୍କ ଜିନ ବଦଳାଯାଇଛି ବୋଲି କୁହାଯାଉଛି। ଏହି ପଶୁଙ୍କ ମଧ୍ୟରେ ମାଙ୍କଡ ଏବଂ ଠେକୁଆ ସାମିଲ ରହିଛି। ଉହାନରୁ ସାରା ବିଶ୍ବକୁ କରୋନା ବ୍ୟାପିଥିଲା। ଚୀନରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥିବା ବ୍ରିଟିଶ ସାମ୍ବାଦିକ ଜୈସପର ବେକର ଚୀନ ମିଡିଆରେ ପ୍ରକାଶ ପାଇଥିବା

ଆଲେଖ୍ୟ ଆଧାରରେ ଏକ ରିପୋର୍ଟ ଜାରି କରିଛନ୍ତି। ଏହାକୁ ସ୍ଥାନୀୟ ଖବରକାଗଜରେ ପ୍ରାଧାନ୍ୟ ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ଯେ ଚୀନ ଲ୍ୟାବରେ ପଶୁଙ୍କୁ ଭୂତାଣୁ ଇଞ୍ଜେକ୍ସନ ଦିଆଯାଇଛି। ସେମାନଙ୍କ ଜିନ ବଦଳାଇବା ପାଇଁ ଏପରି କରାଯାଇଛି। ଏହି ଇଞ୍ଜେକ୍ସନରେ ବ୍ୟବହାର କରାଯାଇଥିବା ସାମଗ୍ରୀ ଯୋଗୁଁ କରୋନା ଭାଇରସର ଉତ୍ପତ୍ତି ହୋଇଛି ବୋଲି ବୈଜ୍ଞାନିକ ଆଶଙ୍କା କରିଛନ୍ତି। ଅନ୍ୟ ଦେଶରେ କଟକଣା ଲଗାଯାଇଥିବା ଗବେଷଣା ମଧ୍ୟ ଚୀନରେ ଜାରି ରହିଛି। ସେଠାରେ ମନୁଷ୍ୟ ଉପରେ ମଧ୍ୟ ପରୀକ୍ଷା କରାଯାଉଛି। ଅନେକ ଦେଶରେ ଏହା ବେଆଇନ। ଉହାନ ଏବଂ ଅନ୍ୟ ସ୍ଥାନରେ ଥିବା ଲ୍ୟାବରେ ଜୈବ ସୁରକ୍ଷା ଉପରେ ଗବେଷଣା ହେଉଛି ବୋଲି ଦର୍ଶାଇବାକୁ ପ୍ରୟାସ କରୁଛି। କିନ୍ତୁ ଏଠାରେ ଜୀବିତ ପଶୁପକ୍ଷୀଙ୍କ ଉପରେ ଗବେଷଣା ଚାଲିଛି। ସେମାନଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ। ଟେଷ୍ଟ ଟ୍ୟୁବରେ ରଖାଯାଇଥିବା ରୋଗ ସୃଷ୍ଟିକାରୀ ଜୀବଙ୍କୁ ଦେଖି ମାଙ୍କଡ,ଦୌଡିବାର, କାମୁଡିଥିବାରୁ ଏବଂ ରଡି ଛାଡୁଥିବା ଦେଖାଯାଇଛି।

ଚୀନ ଶିକ୍ଷାବିତମାନେ ଉହାନ ଲ୍ୟାବ ବିଷୟରେ ଅନେକ ସ୍ତମ୍ଭ ଲେଖିଛନ୍ତି। ଏହା ମଧ୍ୟରୁ ଗୋଟିଏର ଶୀର୍ଷକ ‘କରୋନାର ସମ୍ଭାବ୍ୟ ଉତ୍ପତ୍ତି’ ରହିଛି। ଏଥିରେ କୁହାଯାଇଛି ଯେ ଉହାନ ଲ୍ୟାବରେ ଅସୁସ୍ଥ ପଶୁପକ୍ଷୀଙ୍କୁ ରଖାଯାଇଛି। ସେଠାରେ ପ୍ରାୟ ୬୦୫ ବାଦୁଡି ରହିଛନ୍ତି। ସେମାନେ ଗବେଷଣାକାରୀଙ୍କ ଉପରେ ମଧ୍ୟ ଆକ୍ରମଣ କରୁଛନ୍ତି। କିଛି ଚୀନ ବିଶେଷଜ୍ଞଙ୍କ ଅନୁଯାୟୀ ଉହାନର ଭୂତାଣୁ ବିଜ୍ଞାନୀ(ଭିରୋଲୋଜିଷ୍ଟ) ସି ଝେଙ୍ଗଲୀ ପୁରାତନ ଗୁମ୍ଫା ଗସ୍ତରେ ମଧ୍ୟ ଯାଇଥିଲେ। ସେ ବାଦୁଡିଙ୍କ ଉପରେ ଗବେଷଣା କରୁଥିଲେ। ଚୀନରେ ଝେଙ୍ଗଲୀ ‘ବ୍ୟାଟ ୱିମାନ’ ନାମରେ ପରିଚିତ। ସେ ଲ୍ୟାବରେ କରୋନା ଭୂତାଣୁ ସୃଷ୍ଟି କରିଥାଇପାରନ୍ତି। ଝେଙ୍ଗଲୀ ଅନେକ ମୂଷାଙ୍କୁ ଭାଇରସ ଇଞ୍ଜେକ୍ସନ ଦେଇଥିଲେ। ରିପୋର୍ଟ ଅନୁଯାୟୀ ଚୀନର ଅଧିଂକାଶ ବିପଜ୍ଜନକ ଲ୍ୟାବର ସୁରକ୍ଷା ଦାୟିତ୍ବ ସେନାର ହାତରେ ନ୍ୟସ୍ତ ରହିଛି। ସେନା ବିଶେଷ କରି ଦୁଇଟି ବିଷୟ ଉପରେ ଧ୍ୟାନ ରଖୁଛି। ଗୋଟିଏ ହେଲା ଜିନରେ ପରିବର୍ତ୍ତନ କରି ଦକ୍ଷ ସୈନକ ପ୍ରସ୍ତୁତ। ଅନ୍ୟଟି ସୂକ୍ଷ୍ଣ ଅଣୁଜୀବଙ୍କ ସନ୍ଧାନ କରି ସେମାନଙ୍କ ଜିନକୁ ଜୈବକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତିରେ ବ୍ୟବହାର କରିବା।

Leave A Reply

Your email address will not be published.