ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ପୁଲିସ କନେଷ୍ଟବଳ, ଗଞ୍ଜେଇ ଚାଷ କରୁଥିବା ଲୋକଙ୍କ ଠାରୁ କରୁଥିଲେ ଚାନ୍ଦା ଆଦାୟ

ଫୁଲବାଣୀ  : ଭିଜିଲାନ୍ସ ଜାଲରେ ଡିଭିଏଫ କନେଷ୍ଟବଳ । ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଜଣେ କନେଷ୍ଟବଳକୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ । ଗିରଫ ଅଭିଯୁକ୍ତ ହେଉଛନ୍ତି ବୌଦ୍ଧ ପୁଲିସ ରିଜର୍ଭ ଅଫିସରେ କାର୍ଯ୍ୟରତ ଡିଭିଏଫ କନେଷ୍ଟବଳ ହରିଶଚନ୍ଦ୍ର ସାହୁ । ଘର ବୌଦ୍ଧ ଜିଲା କଂଟାମାଳ ଅଂଚଳର ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାଇ ହରିଶଚନ୍ଦ୍ର ବୌଦ୍ଧ ଜିଲ୍ଲାର ବଗିହାପଡା ଫାଣ୍ଡି ଅଂଚଳରେ କିଛିଦିନ ହେବ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ତେବେ ଏନେଇ ଫୁଲବାଣି ଓ ବୌଦ୍ଧ ଭିଜିଲାନ୍ସ ର ୨ଟି ଟିମ ଗଠନ କରି ବଗିହାପଡା ଫାଣ୍ଡି ନିକଟରେ ଛକି ବସିଥିଲେ । । ହରିଶଚନ୍ଦ୍ର ସ୍ଥାନୀୟ ଅଂଚଳରୁ ଲକ୍ଷାଧିକ ଟଙ୍କା ଆଦାୟ କରି ଫାଣ୍ଡି ଭିତରେ ଜଣେ ସାଙ୍ଗଙ୍କ ରୁମରେ ରହିଥିଲେ କିଛି ସମୟ ରହିବା ପରେ ଏକ ମୋଟର ସାଇକେଲ ମାଧ୍ୟମରେ ବାହାରକୁ ପଳାଇଯାଉଥିବା ବେଳେ ଟିମ ମାଡି ବସିଥିଲା।

ହରିଶଚନ୍ଦ୍ରଙ୍କ ଠାରୁ ୬ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ହରିଶଚନ୍ଦ୍ରଙ୍କ କଂଟାମାଳ ନିଜ ବାସଭବନ ସମତେ ବୌଦ୍ଧ ରେ ଥିବା ସରକାରୀ ଘର ଓ ଗଂଜାମ ଜିଲା ଜଗନ୍ନାଥ ପ୍ରସାଦ ରେ ଥିବା ଶଶୁର ଘର ଏକ କାଳିନ ଚଢାଉ ଜାରି ରଖିଛି ଭିଜିଲାନ୍ସର ଅନ୍ୟ ଟିମ । ଏନେଇ ହରିଶଚନ୍ଦ୍ରଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରାଜାଇଛି । ଏହି ଚଢ଼ାଉରେ ଫୁଲବାଣି ଭିଜିଲାନ୍ସ ବିଭାଗର ଡିଏସପି ହେମନ୍ତ କୁମାର ମହାନ୍ତି ,ବୌଦ୍ଧ ଡିଏସପି ସୁରେଷ କୁମାର କହଁର ଙ୍କ ସମତେ ଏଏସଆଇ ମୋନଜ କୁମାର ନାୟକ, କନେଷ୍ଟବଳ ଳୋକନାଥ ସାହୁ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ନିୟୋଜିତ ଥିଲେ ।

Leave A Reply

Your email address will not be published.