ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଚାନକ ବିଶ୍ୱକପ ମଝିରେ ଅବସର ଘୋଷଣା କଲେ ଇଂଲଣ୍ଡ ଷ୍ଟାର ଦ୍ରୁତ ବୋଲର ଡେଭିଡ ୱିଲି

ନୂଆଦିଲ୍ଲୀ : ଭାରତରେ ଖେଳାଯାଉଥିବା ଚଳିତ ବିଶ୍ବକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ଖରାପ ପଦର୍ଶନ ସହ ପଏଣ୍ଟ ଟେବୁଲର ତଳେ ରହିଛି। ଇଂଲଣ୍ଡର ଖେଳାଳି ମାନେ ଭଲ ଫର୍ମରେ ନଥିବା କାରଣରୁ ଟିମ୍‌ ଉନ୍ନତ ପଦର୍ଶନ କରିପାରୁନାହିଁ। ତେବେ ଏହି ସମୟରେ ଇଂଲଣ୍ଡ ଟିମ୍‌କୁ ଲାଗିଛି ଆଉ ଏକ ଝଟକା। ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଡେଭିଡ ୱିଲି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

୩୩ ବର୍ଷୀୟ ଅଲରାଉଣ୍ଡର ଡେଭିଡ ୱିଲି ସୋସିଆଲ ମିଡିଆରେ କହିଛନ୍ତି ଯେ ବିଶ୍ୱକପ ପରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ୱିଲିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିଶ୍ୱକପ୍‌ରେ ମାତ୍ର ତିନୋଟି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଛି ଯେଉଁଥିରେ ସେ ୫ଟି ୱିକେଟ୍ ନେଇଛନ୍ତି। ବାସ୍ତବରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ୱିଲିଙ୍କୁ ୨୦୨୩-୨୪ ପାଇଁ ବାର୍ଷିକ ଚୁକ୍ତିରେ ଅନ୍ତର୍ଭୁକ୍ତ କରି ନାହିଁ। ୱିଲି ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ମୁଁ ଏହି ଦିନ କେବେ ଆସୁ ଚାହୁଁ ନଥିଲି। ପିଲାଦିନରୁ ମୁଁ କେବଳ ଇଂଲଣ୍ଡ ପାଇଁ ଖେଳିବାକୁ ଚାହୁଁଥିଲି । ବହୁ ବିଚାର ପରେ ଅତ୍ୟନ୍ତ ଦୁଃଖର ସହିତ ମୁଁ ନିଷ୍ପତ୍ତି ନେଇଛି ଯେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ସମୟ ଆସିଛି। ମୁଁ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବି ନାହିଁ।”

ଅନ୍ୟପଟେ ଡେଭିଡ ୱିଲି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଘରୋଇ ଲିଗ ଟୁର୍ଣ୍ଣାମେଣ୍ଟ ଖେଳିବା ଜାରି ରଖିବେ। ଏଯାଏ ୱିଲି ଦିନିକିଆରେ ୯୪ଟି ୱିକେଟ ଓ ଟି-୨୦ରେ ଇଂଲଣ୍ତ ପାଇଁ ୫୧ଟି ସଫଳତା ପାଇଛନ୍ତି।

Leave A Reply

Your email address will not be published.