ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବଢ଼ିଲା ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜିକରଣ ଅବଧି

ଭୁବନେଶ୍ୱର : ଚଳିତ ବର୍ଷ ବିଳମ୍ବରେ ମୌସୁମୀର ଆଗମନ ସାଙ୍ଗକୁ ସ୍ୱଳ୍ପ ବୃଷ୍ଟିପାତ ହେତୁ ଚାଷ କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଯାହା ଫଳରେ ସଂପ୍ରତି ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଲିଥିବା ଚାଷୀ ପଞ୍ଜିକରଣ ପ୍ରକ୍ରିୟାରେ ରାଜ୍ୟରେ ଅନେକ ଚାଷୀ ଯୋଡ଼ି ହୋଇପାରିନାହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମେ ଚାଷୀ ପଞ୍ଜିକରଣ ତାରିଖର ଶେଷ ତାରିଖ ଅଗଷ୍ଟ ୧୬ ରଖାଯାଇଥିବା ବେଳେ ଏହି ସମୟସୀମାକୁ ଥରେ ବୃଦ୍ଧି କରାଯାଇ ଅଗଷ୍ଟ ୨୨ କରାଯାଇଥିଲା। ଆଜି ପୁଣି ଏହି ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଅବଧି ଅଗଷ୍ଟ ୨୫ ଯାଏ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଓ ସମବାୟ ସମିତିକୁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥି ସହିତ ଖରିଫ ଚାଷୀଙ୍କ ଚୂଡ଼ାନ୍ତ ତାଲିକା ସେପ୍ଟେମ୍ବର ୩୦ ସୁଦ୍ଧା ଦାଖଲ କରିବାକୁ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।

 

ଅନ୍ୟପଟେ ରାଜ୍ୟରେ ଖରିଫ ଧାନ ସଂଗ୍ରହ ପାଇଁ କରାଯାଇଥିବା ଚାଷୀ ପଞ୍ଜୀକରଣ ସଂଖ୍ୟା ୨୩ ଲକ୍ଷ ୫୦ ହଜାରରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୨୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ରହିଛନ୍ତି। ସେହିଭଳି ୪ ଲକ୍ଷ ମହିଳା ଚାଷୀ ପଞ୍ଜିକୃତ ହୋଇଥିବା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଗତ ବର୍ଷଗୁଡ଼ିକରେ ଚାଷୀ ପଞ୍ଜିକରଣ ସଂଖ୍ୟା ୧୦ରୁ ୧୧ ଲକ୍ଷ ମଧ୍ୟରେ ସୀମିତ ରହୁଥିବା ବେଳେ ରାଜ୍ୟ ସରକାର ଚଳିତ ବର୍ଷ ସାନି ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରି ସବୁ ବର୍ଗର ଚାଷୀଙ୍କୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଯୋଡ଼ିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିମନ୍ତେ ମଧ୍ୟ ଏହି ପଞ୍ଜିକୃତ ତାଲିକା ଉପଲବ୍ଧ ହେବ। ଉଲ୍ଲେଖଯୋଗ୍ୟ ଚାଷୀ ପଞ୍ଜୀକରଣର ଶେଷ ତାରିଖ ପୂର୍ବରୁ ଅଗଷ୍ଟ ୧୬ ତାରିଖ ରହିଥିବା ବେଳେ ରାଜ୍ୟର ଅନେକ ଚାଷୀ ଏହି ପଞ୍ଜୀକରଣରେ ସାମିଲ ହୋଇପାରିନଥିଲେ। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଚାଷୀ ପଞ୍ଜୀକରଣ ଅବଧି ବଢ଼଼ାଇ ଅଗଷ୍ଟ ୨୨ ତାରିଖ କରିଥିଲେ। ତେବେ ଆଜି ପୁଣି ଏହାକୁ ଅଗଷ୍ଟ ୨୫ ଯାଏ ବୃଦ୍ଧି କରିଛନ୍ତି।ଉଲ୍ଲେଖଯୋଗ୍ୟ ପଞ୍ଜିକୃତ ଚାଷୀମାନଙ୍କୁ ସରକାର ବୀମା ଯୋଜନାରେ ସାମିଲ କରିବେ। ଚାଷୀଙ୍କ ପ୍ରିମିୟମ ଅର୍ଥ ମଧ୍ୟ ରାଜ୍ୟ ସରକାର ବହନ କରିବେ। ଚାଷୀଙ୍କ ପ୍ରିମିୟମ ବାବଦକୁ ସରକାର ୮୫୦ କୋଟି ପ୍ରଦାନ କରିବେ।

Leave A Reply

Your email address will not be published.