ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ସମ୍ଭବ ହୋଇନଥାନ୍ତା- ମହିଳା ହକି ଟିମ୍‌ର କ୍ୟାପଟେନ୍‌

ଭୁବନେଶ୍ୱର: ନବୀନଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ସମ୍ଭବ ହୋଇନଥାନ୍ତା । ତାଙ୍କର ସହଯୋଗ ଏବଂ ପଥ ପ୍ରଦର୍ଶକ ପାଇଁ ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ମିଳିଥିଲା ବୋଲି କହିଛନ୍ତି ମହିଳା ହକି ଟିମ୍‌ର କ୍ୟାପଟେନ୍‌ ରାଣୀ ରାମପାଲ୍‌ । ମହିଳାଙ୍କର ଯୋଗ୍ୟତା ଉପରେ ବିଶ୍ୱାସ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏପଟେ ସଂସଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରାଯାଇଛି ।

ହକି ଇଣ୍ଡିଆକୁ ପ୍ରୋତ୍ସାହନ ପାଇଁ ସଂସଦରେ ନବୀନଙ୍କ ଜୟଗାନ କରାଯାଇଛି । ରାଜ୍ୟ ସରକାରଙ୍କ ଅନବରତ ସହଯୋଗ ପାଇଁ ଭାରତୀୟ ହକି ଆଶାତୀତ ସଫଳତା ପାଉଛି । ୨୦୧୮ରୁ ଭାରତୀୟ ହକିର ପ୍ରାୟୋଜକ ଅଛି ଓଡ଼ିଶା । ହକି ପ୍ରତି ଓଡିଶାର ପ୍ରୋତ୍ସାହନ ଫଳରେ ହକିର ଉନ୍ନତି ଘଟିଛି । ଗୋଟେପଟେ ଅଲିମ୍ପିକ୍ସରେ ଯେତେବେଳେ ଉଭୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ୪୧ ବର୍ଷର ଇତିହାସକୁ ଅକ୍ତିଆର କରିଛି, ସେହି ସମୟରେ ସମସ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.