ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ‘ସକାଳ’ ପକ୍ଷରୁ ମାଗଣା ହେଲଥ ଚେକ୍ ଅପ୍ କ୍ୟାମ୍ପ

ଭୁବନେଶ୍ୱର: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଦୈନିକ ଖବର କାଗଜ ‘ସକାଳ’ ପକ୍ଷରୁ ଭୁବନଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ମାଗଣା ହେଲଥ ଚେକ୍ ଅପ୍ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଆମ୍ରି ହସ୍ପିଟାଲ ସହଯୋଗରେ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିବା ବେଳେ, ବିତରକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କରୋନା ସଂକ୍ରମଣର ଡର ଭିତରେ ମଧ୍ୟ ବିତରକ ମାନେ ନିଜ କାମକୁ ସୂଚାରୁ ରୂପେ ତୁଲାଇଛନ୍ତି । ଏଣୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନଜରରେ ରଖି ‘ସକାଳ’ ପକ୍ଷରୁ କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା ।

କାର୍ଯ୍ଯକ୍ରମରେ ଦୈନିକ ଖବର କାଗଜ ‘ସକାଳ’ର ଉପ ମହାପ୍ରବନ୍ଧକ ବିଜୟ କୁମାର ଦାସ , ଉପ ମହାପ୍ରବବନ୍ଧକ ପ୍ରସାର ବିଭାଗ ଜ୍ୟୋତିର୍ମୟ ପାଣିଗ୍ରାହୀ, ଉପ ପ୍ରବନ୍ଧକ ପ୍ରସାର ବିଭାଗ ପ୍ରିୟବ୍ରତ ଦାସ, ସୁଧାଂଶୁ ସାହୁ, ଆକାଶ କୁଣ୍ଡୁ, ପ୍ରବୋଧ ନାୟକ, ଆଲୋକ ସାମଲ ଓ ବିଜୟ କୁମାର ସାସମଲ ଉପସ୍ଥିତ ରହି ଶିବିରର ପରିଚାଳାନା କରିଥିଲେ ।

Leave A Reply

Your email address will not be published.