ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅମାନିଆଙ୍କୁ ସାବାଡ଼ କରୁଛି ବିଏମସି, ରାମ ମନ୍ଦିର ନିକଟ କମ୍ୟୁନିଟି ହଲ୍ ଓ ଅକ୍ସଫୋର୍ଡ କଲେଜ ଅଫ୍‌ ଇଂଜିନିୟରିଂକୁ ସିଲକଲା ବିଏମସି

ଭୁବନେଶ୍ବର : ରାଜ୍ଯରେ ବଢି ଚାଲିଛି କରୋନା ସଂକ୍ରମଣ। ଦୈନିକ ସଂକ୍ରମଣରେ ମଧ୍ଯ ୭୦୦ ପାର କରିଛି । କରୋନା ହରାଇବାକୁ ସରକାରଙ୍କ ପକ୍ଷରୁ ସଚେତନତା ସହ ଅମାନିଙ୍କୁ ସାବାଡ କରିବାକୁ ଚଢାଉ ମଧ୍ଯ ଜାରି ରହିଛି। ବିଏମ୍‌ସି ପକ୍ଷରୁ ସବୁଠି ଜୋରଦାର ଚଢ଼ାଉ ଚାଲିଛି। ରାମ ମନ୍ଦିର ନିକଟ କମ୍ୟୁନିଟି ହଲକୁ ସିଲ୍‌ କରିଛି ବିଏମସି । ଏଠାରେ ଏକ ଜନ୍ମଦିନ ଭୋଜି ଚାଲିଥିବାରୁ ଏହାକୁ ସିଲ କରାଯାଇଛି । ଜନ୍ମ ଦିନ ପାଇଁ ବିଏମସି ପକ୍ଷରୁ ଅନୁମତି ନିଆ ଯାଇ ନ ଥିବାରୁ ସିଲ କରାଯାଇଛି । ସିଲ୍‌ କରିବା ସହିତ ପାଞ୍ଚ ହଜାର ଟଙ୍କା ଫାଇନ ଆଦାୟ କରିଛି ବିଏମ୍‌ସି।

ସେହିପରୁ ଆଜି ମଧ୍ଯ ଅକ୍ସଫୋର୍ଡ କଲେଜ ଅଫ୍‌ ଇଂଜିନିୟରିଂ ଆଣ୍ଡ ମ୍ୟାନେଜମେଣ୍ଟକୁ ସିଲ କରିଛି ବିଏମସି । କୋଭିଡ଼ ନିୟମ ଉଲଂଘନ କରିଥିବାରୁ ଏହି ଶିକ୍ଷାନୁଷ୍ଠାନକୁ ସିଲ କରିିଛି ବିଏମସି । ଏହା ପୂବର୍ରୁ ସିଲିକନ୍ ଶିକ୍ଷାନୁଷ୍ଠାନକୁ ସିଲ୍ କରିଥିଲା ବିଏମସି।

Leave A Reply

Your email address will not be published.