ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ଜଗତର ଚୁଲ୍ବୁଲି ଅଭିନେତ୍ରୀ ଲିପ୍ସା ମିଶ୍ର

ଭୁବନେଶ୍ୱର: ବାଜିଲା ଲିପ୍ସାଙ୍କ ସାହାନାଇ। ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପ୍ସା ମିଶ୍ର। ଆକାଶ ଆଚାର୍ଯ୍ୟଙ୍କୁ ସେ ବିବାହ କରିଛନ୍ତି। ଭୁବନେଶ୍ୱରର ଏକ ହୋଟେଲରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି। ଆକାଶ ହେଉଛନ୍ତି ଜଣେ ମେକାନିକାଲ୍ ଇଞ୍ଜିନିୟର ଓ ମାର୍କେଟିଂରେ ସେ ଏମ୍ବିଏ ପାଠ ପଢ଼଼ିଛନ୍ତି। ବର୍ତ୍ତମାନ ସେ ନିଜ ପରିବାରର ବ୍ୟବସାୟ ଦେଖାଶୁଣା କରୁଛନ୍ତି। ଓଡ଼ିଆ ସିନେମା ଓ ଟେଲିଭିଜନ ଶିଳ୍ପରେ ନୂଆ ଧାରା ସୃଷ୍ଟି କରିବା ନେଇ ଲିପ୍ସା ପରିଚିତ। ୨୦୧୫ ମସିହାରେ ଚଳଚ୍ଚିତ୍ର ‘ମାୟା’ ଜରିଆରେ ଡେବ୍ୟୁ କରିଥିଲେ ଲିପ୍ସା। ଏହାପରେ ୨୦୧୬ରେ ‘ଅଦୃଶ୍ୟମ୍’, ୨୦୨୨ରେ ‘ତୃଷ୍ଣା’, ‘ପିଲାଟା ବିଗିଡ଼ିଗଲା’, ‘ରଙ୍ଗିଲା ବୋହୂ’, ୪ ଇଡିଅଟ୍’, ‘ଟୋକାଟା ଫସିଗଲା’ ଆଦି ଚଳଚ୍ଚିତ୍ରରେ ଲିପ୍ସାଙ୍କୁ ଦେଖିବାକୁ ମିଳିଥିଲା।